କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଞ୍ଚଳର ସାପେରି ଗାଁରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଶ୍ୱଶୁରଘରକୁ ଯାଇଥିବା ଜ୍ୱାଇଁଙ୍କୁ ଦେଶୀ ବନ୍ଧୁକରୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି।
ସୂଚନା ଅନୁଯାୟୀ, ଶିକାର କରିବା ବାହାନାରେ ଜ୍ୱାଇଁଙ୍କୁ ଡାକିନେଇ ପରେ ତାଙ୍କୁ ଗୁଳି କରାଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହେବା ପରେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାରେ ଶଳାମାନଙ୍କ ଜଡିତ ଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ଜମିବାଡ଼ି ଭାଗବଣ୍ଟାକୁ ନେଇ ପୂର୍ବରୁ ଦ୍ୱନ୍ଦ୍ୱ ଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ତେବେ ଖବର ପାଇ ବେଲଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ତନାଘନା ଆରମ୍ଭ କରିଛି। ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ମଧ୍ୟ ଏହି ଅଞ୍ଚଳରେ ଘରୋଇ କଳହ ଭୟଙ୍କର ରୂପ ନେଇଥିଲା। ଜ୍ୱାଇଁଙ୍କୁ ଗରମ ପାଣି ଢାଳି ଆକ୍ରମଣ କରାଯାଇଥିଲା, ଯାହାଫଳରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଅଧିକ ପଢନ୍ତୁ: ଚେକିଂ ବେଳେ ଆକ୍ରମଣ; ଅତିରିକ୍ତ ତହସିଲଦାରଙ୍କୁ ମାରିବାକୁ ଚେଷ୍ଟା, ଅଳ୍ପକେ ରକ୍ଷା ପାଇଲେ ଅଧିକାରୀ