ଆଠଗଡ଼: ପରିବାରିକ ସମ୍ପର୍କର ପବିତ୍ରତାକୁ ଲଜ୍ଜିତ କରିଦେଇଛି ଆଠଗଡ଼ର ଏହି ହୃଦୟବିଦାରକ ଘଟଣା। ସାମାନ୍ୟ କଳହ କେମିତି ରୂପ ନେଇପାରେ, ତାହାର ଭୟାବହ ଉଦାହରଣ ଦେଖିବାକୁ ମିଳିଛି ଜାଗିଆପଡା ଗ୍ରାମର ତଅଁଳା ସାହିରେ। ଶନିବାର ସକାଳେ ନିଶାଶକ୍ତ ଅବସ୍ଥାରେ ପୁଅ ବିଭୂତି ନାଏକ ନିଜ ବାପା ବିକଳ ନାଏକଙ୍କୁ ଶିଳପୁଆରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ଆସିଛି।
ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଅଭିଯୁକ୍ତ ବିଭୂତିକୁ କାବୁ କରି ପୋଲିସଙ୍କ ହସ୍ତାନ୍ତର କରିଥିଲେ। ଆଠଗଡ଼ ପୋଲିସ ତାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି, ଏବଂ ମୃତଦେହକୁ ଜବତ କରି ଡାକ୍ତରଖାନାକୁ ପଠାଇଛି।
ଏହି ଘଟଣା ଆଉଥରେ ସମାଜକୁ ଚେତାବନୀ ଦେଇଛି ଯେ, ନିଶା ଓ ରୋଷ କେତେ ଭୟଙ୍କର ପରିଣାମ ଆଣିପାରେ। ଦୁଇ ବର୍ଷ ପୂର୍ବରୁ ମଧ୍ୟ ଏପରି ଘଟଣା ଦେଖାଯାଇଥିଲା, ଯେଉଁଠାରେ ଋଣ ସମସ୍ୟାକୁ କେନ୍ଦ୍ର କରି ପୁଅ ବାପାଙ୍କୁ ହତ୍ୟା କରିଥିଲା। ଋଣ ସୁଝିବା ପାଇଁ ଟଙ୍କା ନଦେବାରୁ ବାପାଙ୍କୁ ହତ୍ୟା କରିଥିଲା ପ୍ରଫେସର ପୁଅ।
ଅଧିକ ପଢନ୍ତୁ: ଶ୍ୱଶୁରଘରେ ଜ୍ୱାଇଁଙ୍କୁ ଗୁଳିମାଡ; ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମିଳିଲା ମୃତଦେହ, ଜମିବାଡ଼ି ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ!