କୋରାପୁଟ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ସେ ହେଲେ ରାୟଗଡ଼ା ଜିଲ୍ଲା ବିଶମକଟକ ଡୁକୁମ ଏସଏସଡି ହାଇସ୍କୁଲର ପୂର୍ବତନ ଶିକ୍ଷକ ଉନା ରାଜେନ୍ଦ୍ର ପାତ୍ର । ଶିକ୍ଷକଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନ ଦେବାକୁ ଜୟପୁର ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ତାଙ୍କର ପେନସନକୁ ବନ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କୋର୍ଟ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।