କୋଭିଡ -୧୯ ଭାଇରସରେ ସଂକ୍ରମିତ ହେଲେ ବଲିଉଡ ଅଭିନେତ୍ରୀ ନିକିତା ଦତ୍ତା ଏବଂ ତାଙ୍କ ମାଆ। ନିକିତା ନିଜ ଇନଷ୍ଟାଗ୍ରାମରେରେ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ନିଜ ଫ୍ୟାନ ସୂଚନା ଦେବା ଦେବା ସହ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି ଯେ ‘କୋଭିଡ୍ ମୋ ଅତିଥି ଏବଂ ମୋତେ ଭେଟିବାକୁ ଆସିଛି।’ ଆଶା କରୁଛି ଏହି ଅତିଥି ଅଧିକ ଦିନ ରହିବ ନାହିଁ। ଏହି ଛୋଟ କ୍ୱାରାଣ୍ଟାଇନ୍ ପରେ ଆପଣ ମାନଙ୍କ ସହ ମୋର ଦେଖା ହେବ।
ତେବେ ସଂକ୍ରମଣ କଥା ଜାଣିବା ପରେ ନିକିତା ବର୍ତ୍ତମାନ ଘରେ କ୍ୱାରେଣ୍ଟାଇନ୍ ରହିଚନ୍ତି।ତେଣୁ ତେବେ ସେ ସୁସ୍ଥ ନହେବା ପର୍ଯ୍ୟନ୍ତ ତାଙ୍କର ସମସ୍ତ ପ୍ରକଳ୍ପକୁ ସ୍ଥଗିତ ରଖିଛନ୍ତି। ଏପରିକି ସୁସ୍ଥ ହେବା ପରେ ନିଜ ଫ୍ୟାନ ମାନଙ୍କ ସହ ଦେଖା କରିବା ସହିତ ସ୍ଥଗିତ ରହିଥିବା କାମକୁ ପୁଣି ଚାଲୁ କରିବେ ବୋଲି ନିକିତା କହିଛନ୍ତି।
ପୂର୍ବରୁ ଅଭିନେତ୍ରୀ ଶିଳ୍ପା ଶିରୋଡକର ମଧ୍ୟ COVID-19 ରେ ସଂକ୍ରମିତ ହୋଇଥିଲେ।ହେଲେ ଗୁରୁବାର ଦିନ ଶିରୋଡକର ତାଙ୍କ ପ୍ରଶଂସକମାନଙ୍କୁ ଏକ ସକାରାତ୍ମକ ସୂଚନା ଦେଇ କହିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ସେ ତାଙ୍କ ଇନଷ୍ଟାରେ ମୁମ୍ବାଇର ବାନ୍ଦ୍ରା-ୱର୍ଲି ସି ଲିଙ୍କର ଏକ ସୁନ୍ଦର ଦୃଶ୍ୟ ସହିତ ପୋଷ୍ଟ କରିବା ସହିତ ଶେଷରେ ସୁସ୍ଥ ହୋଇଗଲି ବୋଲି ଲେଖିଛନ୍ତି।