କଟକ: ତହସିଲଦାରଙ୍କୁ ହତ୍ୟା ଧମକ ଦେବା ମାମଲାରେ ନର୍ଲା ବିଜେଡ଼ି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ମାନ୍ୟବର ହାଇକୋର୍ଟ ଦୁର୍ଗା ପ୍ରସାଦଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଦୁର୍ଗା ପ୍ରସାଦଙ୍କୁ ଛଅ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନ୍ ମାଧ୍ୟମରେ ହତ୍ୟା ଧମକ ଦେଇଥିଲେ । ଗତ ମାର୍ଚ୍ଚ ୧୫ ତାରିଖରେ ଏନେଇ ତହସିଲଦାର କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତା ପରଠାରୁ ଦୁର୍ଗ ପ୍ରସାଦ ଫେରାର ଅଛନ୍ତି । ଏହା ପରେ ବିଧାୟିକାଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ।