ନିଜ ଲୁକରେ ଫ୍ୟାନ୍ସଙ୍କ ଉପରେ ଯାଦୁ କରୁଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଚୁଲବୁଲି ଅଭିନେତ୍ରୀ ଆଲିୟା ଭଟ୍ଟ। ଚଳିତ ବର୍ଷ ଅଲିଆ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନଜର ବିୟୁଟିଫୁଲ ଲୁକ୍ ରେ ନଜର ଆସିଛନ୍ତି। କାନ୍ସରେ ଆଲିଆଙ୍କ ଏହି ଦ୍ବିତୀୟ ଲୁକର ଫଟୋ ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି। ଆଲିୟାଙ୍କ ଗାଉନଟି ବ୍ଲୁ ରଙ୍ଗ ଏବଂ ଛୋଟ ଛୋଟ ଷ୍ଟୋନରେ ସଜେଇ ହୋଇ ରହିଥିଲା। ବିଶେଷ କରି ତାଙ୍କ ହେୟାର ଷ୍ଟାଇଲ ସମସ୍ତଙ୍କ ଦୃଷ୍ଟି ଆକର୍ଷିତ କରିଛି।
ତେବେ କାନ୍ସ ଆରମ୍ଭ ହେବା ପରଠୁ ନିଜ ନିଜ ଲୁକର ଜଲୱାରେ ଫ୍ୟାନ୍ସଙ୍କୁ ଫିଦା କରୁଛନ୍ତି ଅନେକ ବଲିଉଡ ଅଭିନେତ୍ରୀ। କାନ୍ସରେ ଅଭିନେତ୍ରୀଙ୍କ ମଧ୍ୟରେ ଜୋରଦାର ଟକ୍କର ଚାଲୁଥିବା ଦେଖିବାକୁ ପାଇଛନ୍ତି ଦର୍ଶକ। ୨୦୨୪ରେ ବ୍ରାଣ୍ଡ ଆମ୍ବାସଡରରେ ସାମିଲ ହୋଇ ଆଲିୟା ଭଟ୍ଟ ଚର୍ଚ୍ଚାରେ ରହିଥିଲେ। ସେଥିପାଇଁ ଚଳିତ ବର୍ଷ ମଧ୍ୟ ଆଲିୟା ନିଆରା ଗେଟଅପ୍ ନେଇଛନ୍ତି।
ତେବେ ଆଲିୟାଙ୍କର ଏହି ନୂଆ ଗେଟଅପ ପାଇଁ ଡ୍ରେସ୍ ରିଆ କପୁର ଡିଜାଇନ୍ କରିଥିଲେ। ଗାଉନଟି ବ୍ଲୁ ରଙ୍ଗ ଏବଂ ଛୋଟ ଛୋଟ ଷ୍ଟୋନରେ ସଜେଇ ହୋଇ ରହିଥିଲା। ଡ୍ରେସ୍ ର ଡିଜାଇନ ସମସ୍ତଙ୍କ ଧ୍ୟାନର ମୁଖ୍ୟ କାରଣ ପାଲଟିଥିଲା। ଏହା ବ୍ୟତୀତ ଆଲିୟା ଡ୍ରେସ ସହ ମ୍ୟାଚିଂ କରି ଇୟରିଂସ ପିନ୍ଧିଥିଲେ। ତାଙ୍କ ମୁଣ୍ଡରେ ହୀରାର ମୁଦି ବ୍ୟବହାର କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା।