ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୭ରେ ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ହେତୁ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଯାହାଫଳରେ ଆଗାମୀ ୨ ଦିନ ଏହା ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ। ଏଥି ସହ ଆଗାମୀ ସାତ ଦିନ ପାଇଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ବର୍ଷା ସହିତ ଘଡ଼ଘଡ଼ି ଓ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ଆଜି ପାଇଁ ୧୨ଟି ଜିଲ୍ଲା ପାଇଁ ଘଡ଼ଘଡ଼ି ଓ ଝଡ଼ତୋଫାନ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ, ବଜ୍ରପାତ, ଘଡ଼ଘଡ଼ି ଓ ୪୦-୫୦ କିଲୋମିଟର ବେଗରେ ପବନ ବୋହିବ। ପାଣିପାଗ ବିଭାଗ ଅନୁଯାୟୀ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାଗୁଡ଼ିକରେ ଝଡ଼ତୋଫାନ ସହ ବିଜୁଳି ଓ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି। କେତେକ ଜିଲ୍ଲାରେ ଅରେଞ୍ଜ ଓ ୟେଲୋ ସତର୍କତା ଜାରି କରାଯାଇଛି।
ସେପଟେ ଆଜି କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆକଳନର ୮ ଦିନ ପୂର୍ବରୁ କେରଳ ଛୁଇଁଛି । ଜୁନ୍ ୧ରେ ମୌସୁମୀ କେରଳ ଛୁଇଁବା ନେଇ ହୋଇଥିଲା ଆକଳନ । ସପ୍ତାହେ ଆଗରୁ ଆସିବା ସହ ୧୬ ବର୍ଷ ପରେ ସଅଳ ଛୁଇଁଛି ମୌସୁମୀ ।