ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ସୁଧ ହାର ଅପରିବର୍ତ୍ତିତ ରହିଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଇପିଏଫ୍ ୮.୨୫ ପ୍ରତିଶତ ସୁଧ ହାରକୁ ଶନିବାର ମଞ୍ଜୁର କରିଛନ୍ତି । ଫଳରେ ଘରୋଇ କମ୍ପାନୀରେ କାମ କରୁଥିବା ସାତ କୋଟିରୁ ଅଧିକ ଆକାଉଣ୍ଟଧାରୀ ଲାଭାନ୍ୱିତ ହେବେ । ଇପିଏଫ୍ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ବାର୍ଷିକ ସୁଧ ଜମା କରିପାରିବ।
ସୂଚନା ଅନୁସାରେ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଫେବୃଆରୀ ୨୮ ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲା । ଏହାକୁ ଅନୁମୋଦନ ପାଇଁ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପ୍ରସ୍ତାବ ପ୍ରେରିତ କରାଯାଇଥିଲା । ଅର୍ଥ ମନ୍ତ୍ରଣାଳୟ ଉକ୍ତ ପ୍ରସ୍ତାବ ଉପରେ ମୋହର ମାରିଛି । ଏହା ପୂର୍ବ ଆର୍ଥିକ ବର୍ଷରେ ଦିଆଯାଇଥିବା ସୁଧ ହାର ସହିତ ଚଳିତ ବର୍ଷ ସୁଧହାର ସମାନ ରହିଛି । ଅର୍ଥାତ ଇପିଏଫ୍ ସୁଧହାର ଅପରିବର୍ତ୍ତିତ ରହିଛି ।
ଶ୍ରମ ମନ୍ତ୍ରଣାଳୟର ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରଣାଳୟ ଇପିଏଫ ଉପରେ ୮.୨୫ ପ୍ରତିଶତ ସୁଧ ହାର ଦେବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଗୁରୁବାର ଶ୍ରମ ମନ୍ତ୍ରଣାଳୟ ଏ ସମ୍ବନ୍ଧୀୟ ଇପିଏଫକୁ ଏକ ପତ୍ର ଲେଖିଥିଲା । ଏବେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନୁମୋଦିତ ହାର ଅନୁଯାୟୀ ସାତ କୋଟିରୁ ଅଧିକ ଇପିଏଫଓ ସେୟାରଧାରୀଙ୍କ ଆକାଉଣ୍ଟରେ ସୁଧ ଜମା କରାଯିବ ।
ପ୍ରତିବର୍ଷ ଇପିଏଫ୍ କର୍ମଚାରୀଙ୍କ ପାଇଁ ଇପିଏଫ୍ ସୁଧହାର ସ୍ଥିର କରାଯାଇ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଯାଇ ଥାଏ । ଯଦି ଅର୍ଥ ବିଭାଗକୁ ସୁଧହାର ଠିକ୍ ଲାଗେ ତେବେ ତାହାକୁ ଅପରିବର୍ତ୍ତିତ ରଖାଯାଏ ।