କେନ୍ଦୁଝର: କେନ୍ଦୁଝର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ରାଜା ଚକ୍ର । ବିଜେଡି ନେତା ରାଜା ଚକ୍ର ଓ ୨ ସହଯୋଗୀଙ୍କୁ ହାଜର କରାଯାଇଛି । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଅର୍ଥ ଅନିୟମିତତା ନେଇ ଏପ୍ରିଲ-୨୦୨୫ରେ ଲୋଡିଂ ଏଜେନ୍ସିର ସଦସ୍ୟ ସୁଶାନ୍ତ ବାରିକ ସଦର ଥାନାରେ ଏକ ଅଭିଯୋଗ କରିଥିଲେ । ଏହାକୁ ନେଇ ସଦର ଥାନା ପକ୍ଷରୁ ୧୮୪/୨୫ କେଶ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା । ସେପଟେ ଇଓଡବ୍ଲୁ ପଞ୍ଝାରେ ଫସିଥିଲେ ରାଜା ଚକ୍ର । ଆଜି ତାଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବଳୟ ଭିତରେ କେନ୍ଦୁଝର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି ।
ସେପଟେ ଅନ୍ୟ ଏକ ମାମଲାରେ ତାଙ୍କୁ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ । ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ହେରଫେର୍ ମାମଲାର ମୁଖ୍ୟ କାର୍ପଟଦାର ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ବିଜେଡି ସରକାର ବେଳେ ଥିଲା ଖୁବ ଶକ୍ତିଶାଳୀ। ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇ ସେ ଏବେ ଜେଲରେ ଅଛନ୍ତି। ଗତ ୧୬ ତାରିଖରେ ରାଜା ଚକ୍ରର ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ଏହାସହ ରାଜାର ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ବି ଖାରଜ ହୋଇଥିଲା ।