ଭୁବନେଶ୍ୱର : ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କର ନୂତନ ଘୋଷଣା। ଏଥର ଭୁବନେଶ୍ୱରରେ ଚାଲିବ ହାଇଡ୍ରୋଜେନ ବସ। ତେବେ ବସ ଗଡିବା ନେଇ ପ୍ରାରମ୍ଭିକ ଭାବେ ସମସ୍ତ ବୈଠକ ଶେଷ ହୋଇଛି। ୩ଟି ହାଇଡ୍ରୋଜେନ୍ ବସ ଚାଲିବ ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି। ଏହାସହିତ କେଉଁ ରୁଟ ରେ ବସ ଯିବ ସେ ନେଇ ମଧ୍ୟ କାର୍ଯ୍ୟସୂଚୀ ଆସି ସାରିଛି।
ତେବେ ହାଇଡ୍ରୋଜେନ ବସର ଆକାର ବଡ଼ ଜିହୋଇଥିବାରୁ ଭୁବନେଶ୍ବରରେ ଜନଗହଳିପୂର୍ଣ୍ଣ ଟ୍ରାଫିକ ଥିବା ସ୍ଥାନରେ ନିର୍ମାଣ ହେବ ଓଭରବ୍ରିଜ। ତେଣୁ ପୂର୍ତ୍ତ ବିଭାଗ ସହିତ ଏ ନେଇ ଆଲୋଚନା ସରିଛି। ତେବେ ବସ ଟି ଚାଲିବା ପାଇଁ ପ୍ରାରମ୍ଭିକ ଭାବେ ନନ୍ଦନକାନନ ରୋଡ ଓ କଳ୍ପନା ରୋଡ ଓଭରବ୍ରିଜ ନିର୍ମାଣ ହେବ। ତେଣୁ ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏପରିକି ବିଭାଗ ପକ୍ଷରୁ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଛି।