ଢେଙ୍କାନାଳ; ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ର ରାଜମୋହନପୁର ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଡ୍ୟୁଟିରେ ଥିବା ଫରେଷ୍ଟର ପ୍ରହ୍ଲାଦ ପ୍ରଧାନ ଓରଫ ମାନସଙ୍କୁ ଶିକାରୀ ଗୁଳିକରି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।ଏହି ଘଟଣା ରାତି ପ୍ରାୟ ୧୧ଟା ୪ ମିନିଟରେ ଘଟିଥିଲା, ମାନସ ତାଙ୍କ ଡ୍ୟୁଟି ପାଇଁ ରାଜମୋହନପୁର ଗାଁକୁ ଯାଉଥିବା ବେଳେ। ଏହି ସମୟରେ ଶିକାରୀ ତାଙ୍କୁ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମାନସଙ୍କ ଘର କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳି ଗାଁରେ ଥିବା ସୂଚନା ମିଳିଛି। ସେ ହିନ୍ଦୋଳ ଫରେଷ୍ଟ ସେକ୍ସନରେ ଏକ ଫରେଷ୍ଟର ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ।ଏହି ନିର୍ମମ ହତ୍ୟା କାଣ୍ଡ ପରେ ଅଞ୍ଚଳରେ ଶୋକ ଓ ଭୟ ଭୟ ପରିବେଶ ସୃଷ୍ଟି ହୋଇଛି। ତେବେ ଏହି ଘଟଣାରେ ପୋଲିସ ଓ ବନ ବିଭାଗ ତଦନ୍ତ ଆରମ୍ଭ କରି ଚାରି ଜଣ ଶୀକାରୀଙ୍କୁ ଆରେଷ୍ଟ କରିଛି ।