ଭୁବନେଶ୍ବର: ଯାତ୍ରା ଛାଡ଼ିଲେ ଯାତ୍ରା ଜଗତର ବରିଷ୍ଠ ଅଭିନେତ୍ରୀ ନମିତା ଭୁ୍ୟାଁ। ଯାତ୍ରା ସ୍ୱପ୍ନ ମହଲରେ ଫାଇନାଲ୍ ଷ୍ଟାର୍ କାଷ୍ଟରୁ ନମିତାଙ୍କ ନାଁ ଅଚାନକ ଗାଏବ୍ ହୋଇଯିବାକୁ ନେଇ ଯାତ୍ରା ଜଗତରେ ହଇଚଇ। ତେବେ ଫାଇନାଲ୍ ଷ୍ଟାର୍ କାଷ୍ଟରେ ନମିତା ଙ୍କ ନାମ କିପରି ହଟିଲା ସେ ନେଇ ଏକ ଦ୍ଵନ୍ଦ ସୃଷ୍ଠି ହେଇଛି। ତେବେ ୨୦୨୫-୨୬ ବର୍ଷ ପାଇଁ ଯାତ୍ରା ସ୍ବପ୍ନ ମହଲରେ ଷ୍ଟାର୍ କାଷ୍ଟ୍ ଫାଇନାଲ୍ ହୋଇଥିଲା। ନମିତା ଏଥିରେ ଥିଲେ କିନ୍ତୁ ଅଚାନକ ଏବେ ସେ ଏଥିରୁ ଆଉଟ୍ ହୋଇଥିବା କୁହାଯାଉଛି।
ତେବେ ଯାହା ଶୁଣିବାକୁ ମିଳିଛି କିଡନୀ ରୋଗରେ ପୀଡ଼ିତ ଥିବା ସିଙ୍ଗର୍ ମଞ୍ଜୁଶ୍ରୀଙ୍କ ପାଇଁ ସହାୟତା ମାଗିବାକୁ ଆଗେଇ ଆସିଥିଲେ ନମିତା । କିଛି ସାଥୀ କଳାକାରଙ୍କ ସହ ମିଶି ବିଭିନ୍ନ ଜାଗାରେ ଯାତ୍ରା ଚାଲିବା ସମୟରେ ସହାୟତା ମାଗିଥିଲେ। ଯେଉଁଥିପାଇଁ ତାଙ୍କୁ ଏହି ଯାତ୍ରା ସ୍ୱପ୍ନ ମହଲରେ ଫାଇନାଲ୍ ଷ୍ଟାର୍ କାଷ୍ଟରୁ ତାଙ୍କୁ ବାହାର କରାଯାଇଛି। ତେବେ ଅନ୍ୟପଟେ ଶୁଣିବାକୁ ମିଳୁଛି ସେ ନିଜେ ଯାତ୍ରା ଜଗତକୁ ଆଲବିଦା କହିଛନ୍ତ। ତେବେ କେଉଁ କଥାରେ କେତେ ସତ୍ୟତା ରହିଛି ତାହା ଦେଖିବାକୁ ବାକି ରହିଛି।