ମୁମ୍ବାଇ: କୋନ୍ ବନେଗା କରୋଡପତି ବା କେବିସିରେ ଏଥର କିଏ ହେବେ ହୋଷ୍ଟ। ବିଗ୍ ବି ଅମିତାଭ ବଚ୍ଚନ ନା ଭାଇଜାନ୍ ସଲମାନ ଖାନ୍। ଏନେଇ ଗଣମାଧ୍ୟମରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ଏଥର ସିଜିନ୍ ୧୭ରେ କୁଆଡେ ଅମିତାଭ ବଚ୍ଚନଙ୍କ ସ୍ଥାନରେ ନଜର ଆସିବେ ସଲମାନ। ବ୍ୟକ୍ତିଗତ କାରଣ ପାଇଁ ବିଗ୍ ଏଥର ଶୋକୁ ହୋଷ୍ଟ କରିବେନି, ଏନେଇ ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ହେଲେ ଏହାରି ଭିତରେ ବି କେବିସିର ସିଜିନ୍ ୧୭ ପାଇଁ ରେଜିଷ୍ଟେସନ ପ୍ରୋମୋ ଆସିସାରିଛି। ଯେଉଁମାନେ ବିଗ୍ ବି ନଜର ଆସିଛନ୍ତି। ଶୋରେ ବିଗ୍ ବି ଅମିତାଭଙ୍କୁ ଦେଖିବା ପରେ ତାଙ୍କ ପ୍ରଂଶସକଙ୍କ ପାଇଁ ଏହା ଆଶ୍ୱସ୍ତିକର ଖବର ପାଲଟିଛି। ତଥାପି ଏବେ ବି ଅନେକ ଗଣମାଧ୍ୟମରେ ଏଥର ସିଜିନ୍ ହୋଷ୍ଟ ସଲମାନ କରିବେ ବୋଲି ରିପୋର୍ଟ ପ୍ରକାଶ କରିଛନ୍ତି।
ବଲିଉଡ ହଙ୍ଗାମା ରିପୋର୍ଟ ମୁତାବିକ, ସଲମାନ ଏବେ ଛୋଟ ପରଦାରେ ରାଜ କରୁଛନ୍ତି, ଅମିତାଭଙ୍କ ସ୍ଥାନ ନେବା ପାଇଁ ସେ ଏବେ ସର୍ବୋତ୍ତମ ଚେହେରା। ଦେଶର ଅନେକ ଛୋଟବଡ଼ ସହରର ଦର୍ଶକଙ୍କ ସହ ସେ ଯୋଡ଼ି ହୋଇ ରହିଛନ୍ତି। ଦର୍ଶକଙ୍କ ସହ ତାଙ୍କର ଏକ ଦୃଢ ସମ୍ପର୍କ ଥିବା ଦେଖିବାକୁ ମିଳେ। ତେଣୁ କେବିସି ପାଇଁ ସେ ହିଁ ଉପଯୁକ୍ତ ଚେହେରା । ପୂର୍ବରୁ ଯଦିଓ ଶାହାରୁଖଙ୍କୁ କେବିସିର ସିଜିନ୍ ୩ ପାଇଁ ହୋଷ୍ଟ କରାଯାଇଥିଲା, ହେଲେ ଚଳିତ ସିଜିନ୍ରେ ନିର୍ମାତା ସଲମାନଙ୍କୁ ନେବାକୁ ଚାହୁଁଥିବା ନେଇ ସୂତ୍ରରୁ ଜଣାପଡିଛି ବୋଲି ରିପୋର୍ଟ ପ୍ରକାଶ କରିଛି ବଲିଉଡ ହଙ୍ଗାମା। ତେବେ ଏ ଖବର ପ୍ରକାଶ ହେବା ପରେ ଅମିତାଭ ବଚ୍ଚନଙ୍କ ବିନା କେବିସି ଅଧୁରା ଲାଗିବ ବୋଲି ଅନେକ ଦର୍ଶକ ମତ ରଖିଛନ୍ତି। ଏହାରି ଭିତରେ ଗତ ମାସରେ କେବିସିର ପ୍ରୋମୋ ଭିଡ଼ିଓ ଆସିଛି, ଯେଉଁଥିରେ ବିଗ୍ ବି ନଜର ଆସିଛନ୍ତି। କାରଣ ଆରମ୍ଭରୁ ସମସ୍ତେ ବିଗ୍ ବିଙ୍କୁ ହୋଷ୍ଟ ସିଟିରେ ଦେଖିଆସୁଛନ୍ତି, କେବଳ ଗୋଟିଏ ସିଜିନରେ ଶାହାରୁଖ ଥିଲେ ହୋଷ୍ଟ ସିଟିରେ। ବିଗ୍ଙ୍କୁ ଦେଖିବା ପରେ ତାଙ୍କ ପ୍ରଂଶସକଙ୍କୁ ଆଶ୍ୱସ୍ତି ମିଳିଛି। ସେପଟେ ସଲମାନ ବି ଏବେ ବିଗ ବସ୍ ହୋଷ୍ଟ କରୁଛନ୍ତି, ତଥାପି ଚ୍ୟାନେଲ ପକ୍ଷରୁ ଏବେ ସୁଦ୍ଧା ଏନେଇ ନିଶ୍ଚିନ୍ତ କରାଯାଇନାହିଁ।