ବଲିଉଡ ଚଳଚ୍ଚିତ୍ରର କମେଡି କିଙ୍ଗ ପରେଶ ରାୱଲ 'ହେରା ଫେରୀ ୩’ ଫିଲ୍ମକୁ ରିଯେକ୍ଟ କରିଛନ୍ତି। ' ହେରା ଫେରି ' ଏବଂ 'ଫିର୍ ହେରା ଫେରି ' ରେ ବାବୁ ରାଓ ଭୂମିକା ନଜର ଆସିଥିଲେ ପରେଶ ରାୱଲ। ତାଙ୍କ ଚରିତ୍ର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ହେଲେ ନିକଟରେ ନିର୍ମାଣ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ଅଭିନୟ କରିବେ ନାହିଁ ବୋଲି କହିଛି ପରେଶ ରାୱଲ। ଯାହା ପରେ ବାବୁ ରାଓଙ୍କ ଫ୍ୟାନ୍ସଙ୍କ ମନ ମଉଳି ଯାଇଛି ।
ପରେଶ ରାୱଲ ’ହେରା ଫେରୀ ୩’ଫିଲ୍ମରୁ ବାହାରିଥିବା କଥାକୁ ଚର୍ଚ୍ଚା ଉଠିଥିଲା। ପରେ ତାଙ୍କୁ ପଚାରିବାରୁ ସେ ମଧ୍ୟ ଏହାକୁ ସମ୍ମତି ଦେଇଥିଲେ। ଅନ୍ୟପଟେ ସେ ତାଙ୍କ Xରେ ପୋଷ୍ଟ କରିଛନ୍ତି ଯେ ତାଙ୍କୁ ଏହି ଫିଲ୍ମରୁ କେହି ବାହାର କରି ନାହାଁନ୍ତି ବରଂ ସେ ନିଜ ଇଚ୍ଛାରେ ଫିଲ୍ମ ଛାଡିଛନ୍ତି। ଏହି ଫିଲ୍ମ ପାଇଁ କୌଣସି ମତଭେଦ ମଧ୍ୟ ହୋଇନାହିଁ। ଡାଇରେକ୍ଟରଙ୍କ ପ୍ରତି ତାଙ୍କର ସମ୍ମାନ, ଭଲପାଇବା ଏବଂ ବିଶ୍ବାସ ମଧ୍ୟ ରହିଛି। ଏପଟେ ଶ୍ୟାମ ଏବଂ ବାବୁ ରାଓଙ୍କ ବିନା ଏହି ଫିଲ୍ମଟି ଅସମ୍ପୂର୍ଣ୍ଣ ବୋଲି ଅଭିନେତା ସୁନୀଲ ସେଟ୍ଟୀ ଏକ ଇଣ୍ଟରଭ୍ୟୁରେ କହିଥିଲେ ।