ମୁମ୍ବାଇ: ହରିଣ ଶିକାର କରିବା ଘଟଣାରେ ସଲମାନଙ୍କ ସମସ୍ୟା ବଢିଯାଇଛି । ଏହି ମାମଲାର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଖାଲି ଏତିକି ନୁହଁ ଏହି ମାମଲାରେ ନିର୍ଦ୍ଦୋଷ ଥିବା ସୈଫ ଅଲ୍ଲୀ ଖାନ୍ , ନୀଲମ, ତବୁ ଏବଂ ସୋନାଲି ବେନ୍ଦ୍ରେଙ୍କ ସମସ୍ୟା ମଧ୍ୟ ବଢିଯାଇଛି ।
ସୂଚନା ଅନୁସାରେ, ଶୁକ୍ରବାର ଦିନ, ରାଜସ୍ଥାନ ହାଇକୋର୍ଟରେ କୃଷ୍ଣସାର ମୃଗ ଶିକାର ମାମଲାରେ leave to appeal ଉପରେ ଶୁଣାଣି ହୋଇଛି । ଏଥିରେ ଅଭିନେତା ସୈଫ୍ ଅଲ୍ଲୀ ଖାନ, ଅଭିନେତ୍ରୀ ତବୁ, ନୀଲମ ଏବଂ ସୋନାଲି ବେନ୍ଦ୍ରେଙ୍କୁ ଦୋଷମୁକ୍ତ କରିବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି ।
ଆଡଭୋକେଟ ମହିପାଲ ବିଷ୍ଣୋଇ କହିଛନ୍ତି ଯେ ଅକ୍ଟୋବର ୧, ୧୯୯୮ରେ ଯୋଧପୁରର କାଁକଣୀ ଗ୍ରାମରେ ଫିଲ୍ମ 'ହମ୍ ସାଥ ସାଥ ହେଁ'ର ସୁଟିଂ ସମୟରେ କୃଷ୍ଣସାର ମୃଗ ଶିକାର କରାଯାଇଥିଲା । ଏହି ମାମଲାରେ, ଟ୍ରାଏଲ୍ କୋର୍ଟ ୫ ଏପ୍ରିଲ ୨୦୧୮ରେ ସଲମାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ପାଞ୍ଚ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ । ଏହାପରେ, ସୈଫ ଅଲ୍ଲୀ ଖାନ, ନୀଲମ, ତବୁ, ସୋନାଲି ବେନ୍ଦ୍ରେ ଏବଂ ଦୁଷ୍ୟନ୍ତ ସିଂହଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ତେବେ ଏହି ମାମଲାର ଶୁଣାଣି ଫୁଣି ଥରେ ୨୮ ଜୁଲାଇରେ ହେବ, ଯେଉଁଥିରେ ସମସ୍ତ ସମ୍ପର୍କିତ ମାମଲା ଏକାଠି ଶୁଣାଣି ହେବ ।