ମୁମ୍ବାଇ: ୱାର- ୨ ଗୋଟିଏ ଆକ୍ସନ ଏବଂ ଗୋଟିଏ ଥ୍ରୀଲର ମୁଭି ଅଟେ । ଏହି ଫିଲ୍ମ ଜରିଆରେ ଜୁନିୟର ଏନଟିଆର ଏବଂ ହ୍ରିତକ୍ ରୋଷନ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ । ଏହି ଫିଲ୍ମର ତେଲୁଗୁ ସଂସ୍କରଣ ବିଷୟରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି, ଯାହାକୁ ଅନେକ ଟଲିଉଡ୍ ପ୍ରଯୋଜକ ନଜର ରଖିଛନ୍ତି।
123Telugu.comର ଏକ ରିପୋର୍ଟ ଅନୁଯାୟୀ, ହ୍ରିତିକ୍ ରୋଶନ ଏବଂ ଜୁନିୟର ଏନଟିଆରଙ୍କ ଅଭିନୀତ ଫିଲ୍ମ 'ୱାର୍-୨'ର ତେଲୁଗୁ ସଂସ୍କରଣ ପାଇଁ ଏକ ବଡ଼ ଡିଲ୍ ଆସିଛି । ଏହି ଫିଲ୍ମଟି ୨୦୧୯ର ସୁପରହିଟ୍ ସ୍ପାଇ ଥ୍ରୀଲର 'ୱାର'ର ସିକ୍ୱେଲ୍। ହ୍ରିତିକ୍ RAW ଏଜେଣ୍ଟ ମେଜର କବୀର ଧାଲିୱାଲଙ୍କ ଭୂମିକାରେ ପୁନର୍ବାର ଅଭିନୟ କରିବେ ଏବଂ ଜୁନିୟର NTR ଏକ ଖଳନାୟକ ଭୂମିକାରେ ନଜର ଆସିବେ। ପ୍ରଥମ ଫିଲ୍ମର ସଫଳତା ପରେ, ୱାର୍ 2 କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି।
ରିପୋର୍ଟ ଅନୁଯାୟୀ, ଏହାର ତେଲୁଗୁ ରାଇଟ୍ସର ମୂଲ୍ୟ ୮୫ ରୁ ୧୨୦ କୋଟି ଟଙ୍କା ମଧ୍ୟରେ ରହିଛି। ସେହି ସମୟରେ, ବଡ ବଡ ଟଲିଉଡ୍ ପ୍ରଯୋଜକ ନାଗା ଭାମସି ଏବଂ ସୁନୀଲ ନାରଙ୍ଗ ଏହି ଅଧିକାର ନିଜ ଅକ୍ତିଆର ଆଣିବାକୁ ଚେଷ୍ଟା ଚଳାଇଛନ୍ତି ।
'ୱାର୍-୨' ଫିଲ୍ମରେ ହ୍ରିତିକ୍ ରୋଶନ ଏବଂ ଜୁନିୟର ଏନଟିଆରଙ୍କ ବ୍ୟତୀତ ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ୟଶ ରାଜ ଫିଲ୍ମସ୍ ବ୍ୟାନରରେ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୪ ୨୦୨୫ରେ ମୁକ୍ତିଲାଭ କରିବ।