ମୁମ୍ବାଇ: ମାତ୍ର ୬୫ ବର୍ଷ ବୟସ ବିଦାୟ ନେଇଛନ୍ତି ଜାତୀୟ ପୁରସ୍କାର ବିଜେତା ମେକଅପ୍ କଳାକାର ବିକ୍ରମ ଗାୟକୱାଡ । ତାଙ୍କ ବିୟୋଗରେ ଆମିର୍ ଖାନଙ୍କ ଠାରୁ ଆରମ୍ଭ କରି ରଣବୀର ସିଂହ ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି ।
ଆମିର ଖାନ ଶୋକ ପ୍ରକାଶ କରିଛନ୍ତି
ଆମିର ଖାନ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, 'ମହାନ ମେକଅପ୍ କଳାକାର ବିକ୍ରମ ଗାୟକୱାଡଙ୍କୁ ବିଦାୟ ଦେଇ ଆମେ ବହୁତ ଦୁଃଖିତ।' ମୁଁ ତାଙ୍କ ସହିତ ଦଙ୍ଗଲ, ପିକେ ଏବଂ ରଙ୍ଗ ଦେ ବସନ୍ତୀ ଭଳି ଫିଲ୍ମରେ କାମ କରିଥିଲି। ତାଙ୍କ ସହିତ କାମ କରିବାର ସୁଯୋଗ ମୋତେ ମିଳିଥିଲା। ସେ ଜଣେ କର୍ତ୍ତବ୍ୟ ପରାୟଣ ବ୍ୟକ୍ତିତ୍ୱ ଥିଲେ । ସେ ତାଙ୍କ କଳା ଅନେକ ଅଭିନେତାଙ୍କୁ ଯେଉଁ ଚେହେରା ଦେଇଥିଲେ ତାହା ଚିର ଦିନ ପାଇଁ ପରଦାରେ ରହିବ। ମୋ ତରଫରୁ ଏବଂ ଆମିର ଖାନ ପ୍ରଡକ୍ସନର ସମସ୍ତଙ୍କ ତରଫରୁ, ଆପଣଙ୍କ ପରିବାରକୁ ଗଭୀର ସମବେଦନା, ଏବଂ ଆମେ ତୁମକୁ ସବୁବେଳେ ମନେ ପକାଇବୁ ଦାଦା ।
ସୂଚନା ମୁତାବକ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି- 'ଜାତୀୟ ପୁରସ୍କାର ବିଜେତା, ଲୋକପ୍ରିୟ ମେକଅପ୍ କଳାକାର ବିକ୍ରମ ଗାୟକୱାଡଙ୍କ ଦେହାନ୍ତ ହୋଇଛି।' ଆମେ ସମସ୍ତେ ଦୁଃଖିତ। ସେ ତାଙ୍କ ମେକଅପ୍ ସାହାଯ୍ୟରେ ପରଦାରେ ଅନେକ ଜୀବନ୍ତ ରୂପ ସାହାର୍ଯ୍ୟରେ ଆମର ମନୋରଞ୍ଜନ କରିଥିଲେ ।
ବିକ୍ରମଙ୍କ ଅନ୍ତିମ ସଂସ୍କାର ଶନିବାର ଅପରାହ୍ନ ୪.୩୦ ରେ ଦାଦରର ଶିବାଜୀ ପାର୍କ ଶ୍ମଶାନରେ କରାଯାଇଥିଲା। ବିକ୍ରମ ତାଙ୍କ କ୍ୟାରିଅର ଫିଲ୍ମ ସର୍ଦ୍ଦାର ସହିତ ଆରମ୍ଭ କରିଥିଲେ। ସେ ଉରି, ଦଙ୍ଗଲ, ପି.କେ, ଓମକାରା, କମିନେ, ଉରୀ- ଦି ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଥ୍ରୀ-ଇଡିଅଟ୍ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ ।
ବିକ୍ରମ ମରାଠୀ ସିନେମାରେ ତାଙ୍କ କାମ ପାଇଁ ବେଶ ଜଣାଶୁଣା। ସେ ଐତିହାସିକ ଚଳଚ୍ଚିତ୍ର- ଲୋକମାନ୍ୟ, ଫତ୍ତେଶିକାଷ୍ଟ ଏବଂ ଶେର ଶିବରାଜ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। ସେ ବିଦ୍ୟା ବାଲାନଙ୍କ ଫିଲ୍ମ "ଦି ଡାର୍ଟି ପିକଚର" ପାଇଁ ୨୦୧୨ ମସିହାରେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ। ଏବଂ ୨୦୧୪ ମସିହାରେ, ଫିଲ୍ମ ‘Jaatishwar’ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ।