ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୫ ଆରମ୍ଭ ହୋଇଛି। ସେଲିବ୍ରିଟି ମାନେ ନଜ ନିଜର ଲୁକସ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କାନ୍ସର ପ୍ରଥମ ଦିନରେ ଅଭିନେତ୍ରୀ ଉର୍ବଶୀ ରାଉତେଲା ନଜର ଆସିଥିଲେ । ଉର୍ବଶୀଙ୍କ ଲୁକ୍ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସେ ଏକ ରଙ୍ଗୀନ ପୋଷାକ ପିନ୍ଧି କାନ୍ସରେ ପହଞ୍ଚିଥିଲେ। ତାଙ୍କ ହାତରେ ଏକ ପର୍ସ ଥିଲା ଯାହାର ଡିଜାଇନ୍ ପ୍ୟାରୋଟ ସଦୃଶ । ଏହି ପର୍ସଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲା ।
କାନ୍ସର ରେଡ କାର୍ପେଟରେ ଉର୍ବଶୀ ରାଉତେଲା ପୋଜ୍ ଦେଉଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀ ଜଣକ ଗୋଟିଏ ରଙ୍ଗିନ ରଙ୍ଗର ପୋଷାକ ପିନ୍ଧିଥିଲେ । ଯାହା ସବୁଠାରୁ ଆକର୍ଷଣୀୟ ଥିଲା । ଏହି ଲୁକ୍ କୁ ମ୍ୟାଚ୍ କରି ସେ ହାତରେ ଏକ ପର୍ସ ଧରିଥିଲେ ଯାହାର ମୂଲ୍ୟ ୪.୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଦର୍ଶକ ମାନେ ଅଭିନେତ୍ରୀଙ୍କ ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି, କିନ୍ତୁ କିଛି ଦର୍ଶକ ତାଙ୍କର ଲୁକସ୍ କୁ ନେଇ ଟ୍ରୋଲ ମଧ୍ୟ କରୁଛନ୍ତି ।
ଅଭିନେତ୍ରୀ ଉର୍ବଶୀ ରାଉତେଲା ଶେଷ ଥର ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମ 'ଡାକୁ ମହାରାଜ'ରେ ନଜର ଆସିଥିଲେ। ଫିଲ୍ମରେ ଏକ ଆଇଟମ୍ ଡାନ୍ସ ପାଇଁ ଅଭିନେତ୍ରୀଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନିକଟରେ ସେ ସନ୍ନି ଦେଓଲଙ୍କ ଫିଲ୍ମ 'ଜାଟ'ର ଏକ ଆଇଟମ୍ ଗୀତରେ ନଜର ଆସିଥିଲେ। ଏହା ବ୍ୟତୀତ ଉର୍ବଶୀ 'ୱେଲକମ୍ ଟୁ ଦି ଜଙ୍ଗଲ' ଏବଂ 'କସୁର ୨'ରେ ନଜର ଆସିବେ।