ଭୁବନେଶ୍ୱର: ରାଜକୁମାର ଓ ୱାମିକା ଗାଵିଙ୍କ ଅଭିନୀତ 'ଭୁଲ ଚୂକ ମାଫ୍' ଆଉ ଥିଏଟରକୁ ଆସିବ ନାହିଁ । ଦେଶରେ ନିରାପତ୍ତା ନେଇ ବିଭିନ୍ନ ସମସ୍ୟା ଦେଖା ଦେଇଥିବା ବେଳେ ସାରାଦେଶରେ ବିଭିନ୍ନ ସୁରକ୍ଷା ସମ୍ପର୍କିତ ମକଡ୍ରିଲ ଆୟୋଜନ ହେଉଛି । ଏହି ପରିପ୍ରେକ୍ଷୀରେ ନିର୍ମାତା ଏହାର ରିଲିଜ ହେବାର ଏକ ଦିନ ପୂର୍ବରୁ ଏପରି ଘୋଷଣା କରିଛନ୍ତି । ଦେଶରେ 'ଅପରେସନ ସିନ୍ଦୁର' ଚାଲିଥିବା ବେଳେ ସୁରକ୍ଷା ସମ୍ପର୍କିତ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହି ଫିଲ୍ମ ଓଟିଟି (OTT) ପ୍ଲାଟଫର୍ମରେ ରିଲିଜ ହେବ ।
ମେ ୯ ରେ ରିଲିଜ ହେବାକୁ ଥିବା ବେଳେ ସୁରକ୍ଷା କାରଣ ଦର୍ଶାଇ ଏହାର ନିର୍ମାତା ମ୍ୟାଡ୍ଡ଼କ ଫିଲ୍ମସ୍ ଏକ ଦିନ ପୂର୍ବରୁ ଏହି ଫିଲ୍ମର ରିଲିଜକୁ ଘୁଞ୍ଚାଇ ଦେଇଛନ୍ତି । ଏନେଇ ନିର୍ମାତା କହିଛନ୍ତି 'ଦେଶରେ ଅପରେସନ ସିନ୍ଦୁର ଓ ସୁରକ୍ଷା ନେଇ ହେଉଥିବା ମକଡ୍ରିଲ୍ ସମୟରେ, ସମସ୍ତଙ୍କ ମନୋରଞ୍ଜନ ପାଇଁ ଏହି ସିନେମାଟି ଆମାଜନ ପ୍ରାଇମ୍ ରେ ମେ ୧୬ ରେ ରିଲିଜ ହେବ । ଆମେ ମଧ୍ୟ ଏହି ସିନେମାଟିର ମଜା ଥିଏଟରରେ ନେବାକୁ ଚାହୁଁ କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଦେଶ ପ୍ରଥମ ସ୍ଥାନରେ ରହିବ ।'
ଏହି 'ଭୁଲ ଚୂକ ମାଫ୍' ଏକ ସୁନ୍ଦର ରୋମାଣ୍ଟିକ କମେଡୀ ସିନେମା ଅଟେ । ଏହି ସିନେମାରେ ରାଜକୁମାର ରାଓ ଓ ୱାମିକା ଗାଵି ମୁଖ୍ୟ ଭୂମିକାରେ ପରଦାରେ ଦେଖା ଦେଵେ । ବାରଣାସୀ ସହରରେ ପର୍ଯ୍ୟବେସିତ ଏଇ ସିନେମା ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ।