ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସ୍ଥଳ ଭାଗ ଛୁଇଁବା ପରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ମନ୍ଥର ଗତି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହାର ଘଣ୍ଟା ପ୍ରତି ବେଗ ୧୫ କିଲୋମିଟର ରହିଛି । ଅବପାତ ନୂଆପଡ଼ା ଓ ଟିଟିଲାଗଡ଼ରୁ ପ୍ରାୟ ୯୦ କିମି ଦୂରରେ ରହିଛି । ଭବାନୀପାଟଣାର ଉତ୍ତର-ପଶ୍ଚିମ ଦିଗ ୧୦୦ କିମିରେ ରହିଛି । ଆସନ୍ତା ଆଗାମୀ ୧୨ ଘଣ୍ଟାରେ ଲଘୁଚାପରେ ପରିଣତ ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ଅବପାତର ପ୍ରଭାବ ଏବେବି ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ଉପରେ ରହିଛି । ଦକ୍ଷିଣ ଓଡ଼ିଶା, ଉପକୂଳ ଓ ଉତ୍ତର ଓଡ଼ିଶାରେ ସତର୍କ ସୂଚନା ବଳବତ୍ତର ରହିଛି । ଯାହା ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବା ସହିତ ପବନ ବେଗ ଅଧିକ ରହିଛି ।
ବର୍ଷା ପାଇଁ ରାଜ୍ୟର ୬ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥି । ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଜପତି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।