ରାୟଗଡ଼ା: ପ୍ରବଳ ବର୍ଷା ରାଜ୍ୟରେ ରେଳ ଚଳାଚଳ ଉପରେ ପ୍ରଭାବ ପକାଇଛି । ରାୟଗଡ଼ା ଜିଲ୍ଲା ସିକରପାଇ-ଭାଲୁମାସ୍କା ମଧ୍ୟରେ ରେଳ ଟ୍ରାକ୍ ଉପରେ ପଥର ଓ ମାଟି ଅତଡ଼ା ଖସିଛି । ଫଳରେ ରେଳ ଚଳାଚଳ ବାଧା ପ୍ରାପ୍ତ ହୋଇଛି ।
ଲଗାଣ ବର୍ଷାରେ ରାୟଗଡ଼ାରେ ସକାଳ ପ୍ରାୟ ୫ଟା ୩୦ ସମୟରୁ ସିକରପାଇ-ଭାଲୁମାସ୍କା ମଧ୍ୟରେ ରେଳ ଟ୍ରାକ୍ ଉପରେ ପଥର ଓ ମାଟି ଅତଡ଼ା ଖସିଛି । ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସିକରପାଇ ଷ୍ଟେସନରେ ଇଣ୍ଟରସିଟି ଟ୍ରେନ୍ ଅଟକିଥିବା ବେଳେ, କେଉଟଗୁଡ଼ା ଷ୍ଟେସନରେ ହୀରାଖଣ୍ଡ ଏକ୍ସପ୍ରେସ୍ ଅଟକିଛି । ଖବର ପାଇ ଘଟଣାସ୍ଥଳରେ ରେଳ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ୍ରୁ ପଥର ଓ ମାଟି ହଟାଇବା ସହ ରେଳ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ କରୁଛନ୍ତି ।
ଗତକାଲି ମଧ୍ୟ ଲଗାଣ ବର୍ଷା ଯୋଗୁଁ ରେଳ ଲାଇନ୍ର ଚାରୋଟି ସ୍ଥାନରେ ମାଟି ଅତଡ଼ା ଖସିଥିଲା। ଫଳରେ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଲଗାଣ ବର୍ଷା ଯୋଗୁଁ ରେଳ ଲାଇନ୍ ଉପରେ ଲଗାତାର ନଜର ରଖିଛି ରେଳ ବିଭାଗ।