ମୁମ୍ବାଇ: ସୁପରଷ୍ଟାର ରାମ ଚରଣ ଲଣ୍ଡନର ମାଡାମ ତୁସାଦରେ ତାଙ୍କର ଏକ ମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଯାହାକି ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷଣ କରିଥିଲା । ତାଙ୍କର ଷ୍ଟାଇଲିସ୍ ଲୁକ୍ ପ୍ରଶଂସକ ମାନଙ୍କୁ ପ୍ରଭାବିତ କରିଥିଲା ଏବଂ ଏବେ ତାଙ୍କର ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ବ୍ରିଟେନ୍ ର ପ୍ରଶଂସକମାନେ ରାମଙ୍କୁ ଏକ ଉପହାର ଦେଇଛନ୍ତି ।
ୟୁକେ ଗସ୍ତ ସମୟରେ, ରାମ ଚରଣ ତାଙ୍କ ପ୍ରଶଂସକଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତ କରିଥିଲେ ଏବଂ ତାଙ୍କର ଆଗାମୀ ଫିଲ୍ମ 'ପେଡ୍ଡି' ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ସମୟରେ ବ୍ରିଟେନ୍ ପ୍ରଶଂସକମାନେ ତାଙ୍କୁ 'ପେଡ୍ଡି' ମୁଭି ପାଇଁ ଏକ କ୍ରିକେଟ୍ ବ୍ୟାଟ୍ ଉପହାର ଦେଇଥିଲେ। ରାମ ଚରଣ ହସି ହସି ଏହି ସ୍ୱତନ୍ତ୍ର ଉପହାର ଗ୍ରହଣ କଲେ ଏବଂ ପ୍ରଶଂସକମାନେ ପେଡ୍ଡି ଫିଲ୍ମ ପାଇଁ ରାମଙ୍କୁ ଶୁଭକାମନା ମଧ୍ୟ ଜଣାଇଲେ ।
ରାମ ଚରଣ ଖୁବ୍ଶୀଘ୍ର ବୁଚି ବାବୁ ସାନାଙ୍କ ନିର୍ଦ୍ଦେଶନାରେ 'ପେଡ୍ଡି'ର ସୁଟିଂ ଆରମ୍ଭ କରିବେ। ଏହି ମୁଭିରେ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ। ରାମ ଏବଂ ଜାହ୍ନବୀଙ୍କ ବ୍ୟତୀତ ଏହି ଫିଲ୍ମରେ ଶିବା ରାଜକୁମାର, ଜଗପତି ବାବୁ, ଦିବ୍ୟେନ୍ଦୁ ଶର୍ମା ଏବଂ ସତ୍ୟ ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ୨୭ ମାର୍ଚ୍ଚ, ୨୦୨୬ରେ ସାରା ଭାରତରେ ମୁକ୍ତିଲାଭ କରିବ।