ଆଜିକାଲି ବଲିଉଡରେ ଟ୍ରେଣ୍ଡ ଚାଲିଛି ରି-ରିଲିଜ୍ ଫିଲ୍ମ। ବକ୍ସ ଅଫିସରେ ରି-ରିଲିଜ୍ କରିଥିବା ଫିଲ୍ମଗୁଡ଼ିକ ମଧ୍ୟ ବେଶ ସଫଳତା ସାଉଣ୍ଟୁଛି। ଏହି ପରିପ୍ରେକ୍ଷୀରେ ୯୦ ଦଶକ ଏବଂ ୨୦୦୦ ଦଶକର ପ୍ରାରମ୍ଭର ଅନେକ ଚଳଚ୍ଚିତ୍ର ସିନେମାହଲକୁ ଫେରି ଆସୁଛି। ତେବେ ଚାଲିଥିବା ଏହି ଟ୍ରେଣ୍ଡରେ ସାମିଲ ହେବାକୁ ଯାଉଛି ସୈଫ ଅଲ୍ଲୀ ଖାନ ଏବଂ ରାଣୀ ମୁଖାର୍ଜୀ ଅଭିନୀତ ଫିଲ୍ମ ‘ହମ୍ ତୁମ୍’। ୨୧ ବର୍ଷ ପରେ ପୁଣିଥରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି। ତେବେ ‘ହମ୍ ତୁମ୍’ ୧୬ ମେରେ ପୁଣିଥରେ ରିଲିଜ୍ ହେବାକୁ ଯାଉଛି। ତେବେ ଏହି ଅପଡେଟ୍ ପ୍ରତି ବଲିଉଡ୍ ଲଭର୍ସମାନେ କିପରି ପ୍ରତିକ୍ରିୟା ପ୍ରକାଶ କରିବେ ସେ ନେଇ ସମସ୍ତଙ୍କର ନଜର।
ତେବେ ‘ହମ୍ ତୁମ୍’ ଫିଲ୍ମଟି ୨୦୦୪ ମସିହାରେ ରିଲିଜ୍ ହୋଇଥିଲା। ଏଥିରେ ଦର୍ଶକ ରାଣୀ ଏବଂ ସୈଫଙ୍କ ଲଭ ଷ୍ଟୋରି ଏବଂ କମେଡି ଦେଖିବାକୁ ପାଇଥିଲେ। ଏପରିକି ଏହି ଫିଲ୍ମଟି ଏକ ବଡ଼ ସଫଳତା ମଧ୍ୟ ସାଉଁଟିଥିଲା। ଏହି ଫିଲ୍ମ ପାଇଁ ସୈଫ ଅଲ୍ଲୀ ଖାନଙ୍କୁ ଶ୍ରେଷ୍ଠ ଅଭିନେତା ରାଷ୍ଟ୍ରିୟ ପୁରସ୍କାର ଏବଂ ରାଣୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦିଆଯାଇଥିଲା। ସେ ହମ୍ ତୁମ୍ ପାଇଁ ଫିଲ୍ମଫେୟାର ପୁରସ୍କାରରେ ସର୍ବୋତ୍ତମ ହାସ୍ୟ ଭୂମିକାରେ ମଧ୍ୟ ପାଇଥିଲେ।