ମୁମ୍ବାଇ: ୨୦୦୦ ମସିହାରେ ଅକ୍ଷୟ କୁମାର ଏବଂ ସୁନୀଲ ଶେଟ୍ଟୀଙ୍କ ଫିଲ୍ମ 'ଧଡକନ' ସିନେମା ହଲରେ ମୁକ୍ତିଲାଭ କରିଥିଲା। ଧର୍ମେଶ ଦର୍ଶନଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ସିନେମା ୨୫ ବର୍ଷ ପରେ ପୁଣିଥରେ ପରଦାକୁ ଆସିବାକୁ ଯାଉଛି। ଅକ୍ଷୟ କୁମାର ଏବଂ ସୁନୀଲ ଶେଟ୍ଟୀଙ୍କ ଏହି ଫିଲ୍ମରେ ଶିଳ୍ପା ଶେଟ୍ଟୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏବେ ଅକ୍ଷୟ କୁମାର ନିଜର ସୋସିଆଲ ମିଡିଆରେ 'ଧଡକନ୍'ର ପୁନଃ ମୁକ୍ତିଲାଭ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ଅକ୍ଷୟ କୁମାର ଇନଷ୍ଟା ଷ୍ଟୋରୀରେ 'ଧଡକନ୍' ଫିଲ୍ମର ପୋଷ୍ଟର ସେୟାର କରି କ୍ୟାପସନରେ ନିଜର ଖୁସିକୁ ପ୍ରକାଶ କରିଛନ୍ତି ।
ମଲ୍ଟି-ଷ୍ଟାରର ରୋମାଣ୍ଟିକ ଫିଲ୍ମ 'ଧଡକନ' ୨୩ ମେରେ ସିନେମା ହଲରେ ପୁନଃ ମୁକ୍ତିଲାଭ କରିବାକୁ ଯାଉଛି। ଶିଳ୍ପା ସେଟ୍ଟୀ ଏହି ଚଳଚ୍ଚିତ୍ରରେ ଅଞ୍ଜଳି ଭୂମିକାରେ ଅଭିନୟ କରିଥିଲେ, ସୁନୀଲ ସେଟ୍ଟୀ ତାଙ୍କ ପ୍ରେମିକ ଦେବଙ୍କ ଭୂମିକାରେ ଅଭିନୟ କରିଥିଲେ। ତ୍ରିକୋଣ ଆଧାରିତ ଏହି ଫିଲ୍ମରେ ଅକ୍ଷୟ କୁମାର ଶିଳ୍ପାଙ୍କ ସ୍ୱାମୀ ରାମ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ଷ୍ଟାରକାଷ୍ଟ ଏବଂ କାହାଣୀ ବ୍ୟତୀତ ଗୀତଗୁଡ଼ିକୁ ମଧ୍ୟ ବହୁତ ହିଟ୍ ହୋଇଥିଲା ।