କାବୁଲ: ଶୁକ୍ରବାର ସକାଳେ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ଥିବା ଜଣାପଡିଛି। ଭୂମିକମ୍ପ ଯୋଗୁଁ କିଛି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ସେମାନେ ଘରୁ ବାହାରକୁ ଆସିଥିଲେ । ଦେଶର ଉତ୍ତର ଭାଗରେ ଥିବା ବାଘଲାନ ପ୍ରଦେଶ ନିକଟରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରେକର୍ଡ କରାଯାଛି । ଆଫଗାନ ଭୂତାତ୍ତ୍ୱିକ ବିଭାଗ ଏବଂ ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ଅନୁଯାୟୀ, ଭୂମିକମ୍ପର ଗଭିରତା ପ୍ରାୟ ୧୦ କିଲୋମିଟର ଥିଲା ବୋଲି ଜଣାପଡିଛି ।
ଏହି ଭୂକମ୍ପ ରାଜଧାନୀ କାବୁଲ, ପଞ୍ଜଶିର, କୁନ୍ଦୁଜ ଏବଂ ତଖାର ସମେତ ଅନେକ ଉତ୍ତର ଏବଂ ପୂର୍ବ ପ୍ରଦେଶରେ କିଛି ସେକେଣ୍ଟ ପାଇଁ ଭୂମିକମ୍ପ ଏଠାରେ ଅନୁଭୂତ ହୋଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ, ଭୂମିକଂପ ଆରମ୍ଭ ହେବ ବେଳେ ଘରର କାନ୍ଥ ଏବଂ ଝରକା ଥରିବାକୁ ଲାଗିଥିଲା ।
ତେବେ ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ, ଏହି ଭୂମିକମ୍ପରେ କୌଣସି ପ୍ରକାର ଧନ ଜୀବନ ହାନି ହୋଇ ନାହିଁ । କନ୍ତୁ ଭୂମିକଂପ ହୋଇଥିବା ସ୍ଥାନରେ କିଛି ପୁରୁଣା ଘରେ ଛୋଟ ଛୋଟ ଫାଟ ଦେଖାଯାଇଥିବା ଖବର ସାମ୍ନାକୁ ଆସିଛି । ଏହା ପରେ ଜରୁରୀକାଳୀନ ସେବା ଏବଂ ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବା ଆରମ୍ଭ କରିଛନ୍ତି ।