ବାଙ୍ଗାଲୋର; ଚଳିତ ବର୍ଷ ଆଇପିଏଲ ପୁଣି ଥରେ ଆଜି ଆରମ୍ଭ ହେବାକୁ ଯାଉଥିବା ବେଳେ ବର୍ଷା ଏହି ମ୍ୟାଚରେ ସାଜିଛି ବାଧକ । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଜି ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସି ପହଞ୍ଚିଛି ବର୍ଷା କାରଣରୁ ଏହି ମ୍ୟାଚରେ ଏପର୍ଯ୍ୟନ୍ତ ଟସ କାର୍ଯ୍ୟକ୍ରମ ହୋଇପାରିନାହିଁ ।ଏପରି ପରିସ୍ଥିତିରେ, ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ ଯଦି ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ ହୁଏ ତେବେ କ'ଣ ହେବ?
ତେବେ ପୂର୍ବରୁ ଏନେଇ ପାଣିପାଗ ବିଭାଗ ଶନିବାର ଅପରାହ୍ଣରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ପ୍ରବଳ ଝଡ଼ବର୍ଷା ହେବାର ସମ୍ଭାବନା ରହିିଥିଲା ବୋଲି ସୂଚନା ଦେଇଥିଲା । ପ୍ଲେଅଫ୍ ଦୃଷ୍ଟିରୁ ଉଭୟ ଦଳ ପାଇଁ ଏହି ମ୍ୟାଚ ବହୁତ ଗୁରୁତ୍ୱପୂର୍ଣ୍ଣ। ଆରସିବି ପାଇଁ ବିଜୟ ପ୍ରାୟତଃ ପ୍ଲେଅଫରେ ସେମାନଙ୍କର ସ୍ଥାନ ସୁନିଶ୍ଚିତ କରିବ, ଅନ୍ୟପଟେ କେକେଆରକୁ ପ୍ଲେଅଫ ଦୌଡ଼ରେ ଜୀବିିତ ରହିବା ପାଇଁ ଏହି ମ୍ୟାଚ ଜିତିବାକୁ ପଡ଼ିବ। ଏପରି ପରିସ୍ଥିତିରେ, ଯଦି ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୁଏ, ତେବେ ପଏଣ୍ଟ ବାଣ୍ଟିବା କ୍ଷେତ୍ରରେ ଉଭୟ ଦଳର ଯୋଜନା ପ୍ରଭାବିତ ହୋଇପାରେ।