ଦୋହା; ଡାଇମଣ୍ଡ ଲିଗର ନୂତନ ସିଜିନ୍ ଆଜିଠାରୁ ଆରମ୍ଭ ହେବକୁ ଯାଉଛି । ଚଳିତ ଦୋହା ଡାଇମଣ୍ଡ ଲିଗରେ ଚାରି ଜଣ ଭାରତୀୟ ଆଥଲେଟଙ୍କୁ ଆକ୍ସନରେ ଦେଖିବାକୁ ମିଳିବ। ଯେଉଁଥିରେ ଦୁଇ ଥର ଅଲିମ୍ପିକ୍ ପଦକ ବିଜେତା ଷ୍ଟାର ଭାରତୀୟ ଜାଭେଲିନ୍ ଥ୍ରୋ ଆଥଲେଟ ନୀରଜ ଚୋପ୍ରା ମଧ୍ୟ ସାମିଲ ଅଛନ୍ତି। ଦୋହା ଡାଇମଣ୍ଡ ଲିଗ୍ ପୁରୁଷ ଡିସ୍କସ୍ ଥ୍ରୋ ଇଭେଣ୍ଟ ସହିତ ଆରମ୍ଭ ହେବ, ତା’ପରେ ଅନ୍ୟାନ୍ୟ କ୍ଷେତ୍ର ଇଭେଣ୍ଟଗୁଡ଼ିକ ଅନୁଷ୍ଠିତ ହେବ। ନୀରଜ ଚୋପ୍ରାଙ୍କ ବ୍ୟତୀତ ଏହି ଲିଗରେ ଓଡ଼ିଆ ପୁଅ କିଶୋର ଜେନା, ପାରୁଲ ଚୌଧୁରୀ ଏବଂ ଗୁଲବୀର ସିଂହ ଅଂଶଗ୍ରହଣ କରିବେ।
ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗ୍ରେ ନୂଆ ସିଜିନ୍କୁ ଭଲ ଭାବରେ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିବେ, ଯେଉଁଠାରେ ସେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଆଣ୍ଡରସନ୍ ପିଟର୍ସ, ଜୁଲିଆନ୍ ୱେବର ଏବଂ ଜାକୁବ୍ ଭାଡଲେଜ୍ଙ୍କ ଭଳି ମହାନ ଖେଳାଳିଙ୍କ ସହ ମୁକାବିଲା କରିବେ। ନୀରଜଙ୍କ ବ୍ୟତୀତ କିଶୋର ଜେନା ମଧ୍ୟ ଦୋହା ଡାଇମଣ୍ଡ ଲିଗର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଅଂଶଗ୍ରହଣ କରିବେ।
ଦୋହା ଡାଇମଣ୍ଡ ଲିଗ୍ ୨୦୨୫ ରେ ଭାରତୀୟ ଖେଳାଳିମାନଙ୍କ ଇଭେଣ୍ଟର ଆରମ୍ଭ ସମୟ ବିଷୟରେ ଆଲୋଚନା କରାଗଲେ, ଜାଭେଲିନ୍ ଥ୍ରୋ ଇଭେଣ୍ଟ ଭାରତୀୟ ସମୟ ଅନୁସାରେ ରାତି ୧୦. ୧୩ ରେ ଆରମ୍ଭ ହେବାକୁ ଥିବା ବେଳେ ପୁରୁଷ ୫୦୦୦ମିଟର ଦୌଡ଼ ରାତି ୧୦. ୧୫ ରେ ଆରମ୍ଭ ହେବ ଏବଂ ମହିଳା ୩୦୦୦ ମିଟର ଷ୍ଟିପଲଚେଜ୍ ଇଭେଣ୍ଟ ଭାରତୀୟ ସମୟ ଅନୁସାରେ ରାତି ୧୧. ୧୫ ରେ ଆରମ୍ଭ ହେବ ।