ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ(ଡବ୍ଲ୍ୟୁଟିସି) ଫାଇନାଲ୍ ପାଇଁ ଚୟନ ହୋଇଥିବା ଦକ୍ଷିଣ ଆଫ୍ରିକା କ୍ରିକେଟର ଆଇପିଏଲ୍ ୨୦୨୫ ପ୍ଲେ ଅଫ୍ ଖେଳି ନ ପାରନ୍ତି । କାରଣ ଦେଶର କ୍ରିକେଟ୍ ବୋର୍ଡ ସ୍ପଷ୍ଟ କହିଛନ୍ତି ଯେ, ଲିଗଠୁ ଉପରେ ଦେଶର କ୍ରୀଡାକୁ ଉପରେ ରଖିବାକୁ ପଡିବ । ବିସିସିଆଇ ସୋମବାର ଘୋଷଣା କରିଛି ଯେ, ଆଇପିଏଲ୍ ମେ ୧୭ରୁ ଆରମ୍ଭ ହେବ ଏବଂ ଫାଇନାଲ୍ ମ୍ୟାଚ୍ ଜୁନ ୩ ତାରିଖରେ ଖେଳାଯିବ ।
ସଂଶୋଧି କାର୍ଯ୍ୟକ୍ରମ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ସେହି କ୍ରିକେଟରଙ୍କୁ ଦ୍ୱିଧାରେ ପକାଇ ଦେଇଛି । କାରଣସ ସେମାନଙ୍କୁ ଡବ୍ଲ୍ୟୁଟିସ ଫାଇନାଲ୍ ଖେଳିବାର ଅଛି । ଫ୍ରାଞ୍ଚାଇଜ ଓ ବିସିିସିଆଇ ବିଦେଶୀ ବୋର୍ଡଙ୍କୁ ସେମାନଙ୍କର ଖେଳାଳିଙ୍କୁ ଲିଗର ଅବଶିଷ୍ଟ ମ୍ୟାଚ୍ ଖେଳିବା ପାଇଁ ଅନୁମତି ଦେବାକୁ ଅପିଲ୍ କରିଛି । ହେଲେ କ୍ରିକେଟ୍ ଦକ୍ଷିଣ ଆଫ୍ରିକା(ସିଏସଏ) କହିଛି ଯେ, ଡବ୍ଲ୍ୟୁଟିସ ଫାଇନାଲ୍ ପ୍ରସ୍ତୁତି ସେମାନଙ୍କର ପ୍ରଥମ ପ୍ରାଥମିକତା । ସିଏସଏର ଜାତୀୟ ଦଳର ନିର୍ଦ୍ଦେଶକ ଏନକୋ ଏନକ୍ୱେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହା ଖେଳାଳିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଯେ, ସେମାନେ ଲିଗ୍ ଖେଲିବେ କି ନାହିଁ ।
ସେ କହିଛନ୍ତି, ଆମେ ଗୋଟିଏ କଥା ସ୍ପଷ୍ଟ କରି ଦେଇଛୁ ଯେ, ଆମେ ବିସିସିଆଇ ଓ ଆଇପିଏଲ ସହ ଆଲୋଚନା କରିଛୁ ଯେ, ଡବ୍ଲ୍ୟୁଟିସ ଫାଇନାଲର ପ୍ରସ୍ତୁତି ଆମ ପାଇଁ ଜରୁରୀ । ଟେଷ୍ଟ ଖେଳାଳିଙ୍କ ପାଇଁ ମେ ୨୬ ତାରିଖ ସମୟ ସୀମା । ଆମର ପ୍ରାଥମିକତା ଡବ୍ଲ୍ୟୁଟିସ ଫାଇନାଲ୍ ରହିଛି ଯାହା ଅପରିବର୍ତ୍ତିତ ରହିବ ।
ଦକ୍ଷିଣ ଆଫ୍ରିକାର ୮ କ୍ରିକେଟର କାଗିସୋ ରାବଡା(ଜିଟି), ଲୁଙ୍ଗି ଏନଙ୍ଗିଡି(ଆରସିବି), ଟ୍ରିଷ୍ଟନ ଷ୍ଟବ୍ସ(ଡିସି), ଆଡନ ମାରକ୍ରମ(ଏଲଏସଜି), ରିୟାନ ରିକଲଟର(ଏମଆଇ), କୋର୍ବିନ ବୋଶ(ଏମଆଇ), ମାର୍କୋ ଜନସେନ(ପିବିକେଏସ) ଓ ୱିୟାନ ମୁଲଡର(ଏସଆରଏଚ) ଡବ୍ଲ୍ୟୁଟିସ ଫାଇନାଲ୍ ମ୍ୟାଚ୍ ପାଇଁ ଚୟନ ହୋଇଛନ୍ତି । ବର୍ତ୍ତମାନ ଜିଟି, ଆରସିବି, ଏମଆଇ, ପିବିକେଏସ, ଡିସି ଓ ଏଲଏସଜି ଆଇପିଏଲ୍ ପ୍ଲେ ଅଫ ଦୌଡରେ ଅଛନ୍ତି ।