ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଗତ ୮ ତାରିଖରେ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ବନ୍ଦ ହୋଇଯାଇଛି। ଅନେକ ବିଦେଶୀ ଖେଳାଳି ନିଜ ସୁରକ୍ଷା ପାଇଁ ଅତ୍ୟନ୍ତ ଭୟଭୀତ ଥିଲେ। ପିଏସଏଲ-୨୦ରେ ଲାହୋର କଲନ୍ଦର୍ସ ପାଇଁ ଖେଳିଥିବା ବାଂଲାଦେଶୀ ଲେଗ୍-ସ୍ପିନର ରିଶାଦ ହୋସେନ ଏକ ବଡ଼ ଖୁଲାସା କରିଛନ୍ତି। ପାକିସ୍ତାନ ପ୍ରିମିୟର ଲିଗରେ ଖେଳୁଥିବା ସମସ୍ତ ଖେଳାଳି ମେ ୧୦ ତାରିଖରେ ଦୁବାଇରେ ପହଞ୍ଚିଛନ୍ତି। ପିଏସଏଲର ବାକି ମ୍ୟାଚ୍ ଗୁଡ଼ିକ ଏବେ ଏଠାରେ ଅନୁଷ୍ଠିତ ହେବ। ଦୁବାଇରେ ପହଞ୍ଚିବା ପରେ, ରିଆଜ ହୁସେନ ପ୍ରକାଶ କରିଥିଲେ ଯେ ସେହି ସମୟରେ ସମସ୍ତ ଖେଳାଳି ବହୁତ ଭୟଭୀତ ଥିଲେ। ବିଶେଷକରି ବିଦେଶୀ କ୍ରିକେଟରମାନେ ଭୟରେ ଥିଲେ। ସମସ୍ତେ ଯଥାଶୀଘ୍ର ପାକିସ୍ତାନରୁ ବାହାରି ଯିବାକୁ ଚାହୁଁଥିଲେ। ଟମ୍ କରନ୍ ଏତେ ଡରିଗଲେ ଯେ ସେ ପିଲା ପରି କାନ୍ଦିବାକୁ ଲାଗିଲେ।
ରିଶାଦ ହୁସେନ କହିଛନ୍ତି, "ଦଳର ଅନ୍ୟ ବିଦେଶୀ ଖେଳାଳି ଯେପରିକି ସାମ୍ ବିଲିଙ୍ଗସ୍, ଡାରିଲ୍ ମିଚେଲ୍, କୁସାଲ୍ ପେରେରା, ଡେଭିଡ୍ ୱିସ୍, ଟମ୍ କରାନ୍ ବହୁତ ଭୟଭୀତ ଥିଲେ। ଦୁବାଇରେ ଅବତରଣ କରିବା ପରେ ଡାରିଲ୍ ମିଚେଲ୍ କହିଥିଲେ ଯେ ଏବେ ମୁଁ କେବେ ପାକିସ୍ତାନ ଯିବି ନାହିଁ। ବିଶେଷକରି ଏପରି ପରିସ୍ଥିତିରେ। ସାମଗ୍ରିକ ଭାବରେ ସମସ୍ତେ ଭୟଭୀତ ଥିଲେ। ଟମ୍ କରନ୍ ବିମାନବନ୍ଦରକୁ ଯାଇଥିଲେ। ସେଠାରେ ସେ ଜାଣିବାକୁ ପାଇଲେ ଯେ ବିମାନବନ୍ଦର ବନ୍ଦ ଅଛି। ଏହା ପରେ ସେ ପିଲା ପରି କାନ୍ଦିବାକୁ ଲାଗିଲେ। ତାଙ୍କୁ ସମ୍ଭାଳିବା ପାଇଁ ଦୁଇ-ତିନି ଜଣ ଲୋକଙ୍କୁ ଦରକାର ପଡ଼ିଲା।
ପିଏସଏଲ ଦୁବାଇକୁ ସ୍ଥାନାନ୍ତରିତ
ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଦ୍ବାରା ପରିଚାଳିତ ପାକିସ୍ତାନ ସୁପର ଲିଗ୍ଣ ବାକି ମ୍ୟାଚ୍ ଗୁଡ଼ିକୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତରିତ କରାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ, ପିସିବି ଗତ ଶୁକ୍ରବାର ଏକ ବିବୃତ୍ତି ଜାରି କରି କହିଥିଲା ଯେ ଟୁର୍ଣ୍ଣାମେଣ୍ଟର ବାକି ଆଠଟି ମ୍ୟାଚ୍ ଏବେ ୟୁଏଇରେ ଅନୁଷ୍ଠିତ ହେବ। ପୂର୍ବରୁ ଏହି ମ୍ୟାଚ୍ଗୁଡ଼ିକ ରାୱଲପିଣ୍ଡି, ମୁଲତାନ ଏବଂ ଲାହୋରରେ ଅନୁଷ୍ଠିତ ହେବାର ଥିଲା। ମ୍ୟାଚ୍ଗୁଡ଼ିକର ତାରିଖ ଏବଂ ସ୍ଥାନ ବିଷୟରେ ସୂଚନା ପରେ ଦିଆଯିବ ବୋଲି ବୋର୍ଡ କହିଛି।
ପିସିବି ଅଧ୍ୟକ୍ଷ ମୋହସିନ ନକଭି କହିଛନ୍ତି, ବୋର୍ଡ ସର୍ବଦା ଏହି ମତ ରଖିଆସିଛି ଯେ, ରାଜନୀତି ଏବଂ କ୍ରୀଡ଼ାକୁ ପୃଥକ ରଖାଯିବା ଉଚିତ। ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମକୁ ଟାର୍ଗେଟ କରାଯିବାକୁ ଦୃଷ୍ଟିରେ ରଖି, ପିସିବି ବାକି ମ୍ୟାଚ୍ ଗୁଡ଼ିକୁ ୟୁଏଇକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି।
ଅଧିକ ପଢ଼ନ୍ତୁ: ବୁଲଡୋଜର ଗଡ଼ାଇଲେ ଯୋଗୀ ସରକାର