ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସେ ରାଜ୍ୟ ସଂଗଠନ ବାବଦରେ ନେତୃତ୍ଵ ମାନଙ୍କ ସହ ଆଲୋଚନା କରିବେ। ଏହି ସମୟରେ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦଳର ତୁଙ୍ଗ ନେତା ମାନେ ଉପସ୍ଥିତ ରହିବେ।
ରାଜ୍ୟ କାର୍ଯ୍ୟାଳୟରେ ଅମିତ ଶାହ ପ୍ରାୟ ୧ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକରେ ରାଜ୍ୟସଭା ଗଣିତ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି। ଏଥିପାଇଁ ବିଜେପି ପାର୍ଟି ଅଫିସରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ପହଞ୍ଚିଛନ୍ତି।
ଏହା ପୂର୍ବରୁ ଗୃହ ମନ୍ତ୍ରୀ ଭୁବନେଶ୍ଵରର ଜନତା ମଇଦାନରେ ନିଜର ଅଭିଭାଷଣରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, "ଜନାଦେଶକୁ ବାଧ୍ୟବାଧକତା ଭାବୁଥିଲେ ପୂର୍ବ ସରକାର। ୨୦ ବର୍ଷ ଶାସନ କରି ରାଜ୍ୟର ବିକାଶକୁ ଠପ୍ କୁରିଦେଲେ। ସମବାୟ ଓ ଦୁଗ୍ଧଜାତୀୟ ସାମଗ୍ରୀ ପାଇଁ କିଛି କଲେ ନାହିଁ। କିନ୍ତୁ ମୁଁ ସେମାନଙ୍କୁ କହିଦେବାକୁ ଚାହୁଁଛି ଜନାଦେଶ ଲୋକଙ୍କ ଆଶୀର୍ବାଦ। ଆପଣଙ୍କ ଆଶୀର୍ବାଦ ଯୋଗୁଁ ୨୦ ଲୋକସଭା ଆସନରୁ ୨୦ଟିରେ ଜିତିଲୁ। ଆମେ ବିକାଶର ନୂଆ ଦିଗ ଦେଖାଇଲୁ, ନାଗରିକମାନଙ୍କୁ ଅଧିକାର ଦେଲୁ। ଏବେ ଭାରତ ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥ ବ୍ୟବସ୍ଥା ପାଲଟିଛି"।
ସେହିପରି କଂଗ୍ରେସକୁ ବି ସମାଲୋଚନା କରିଛନ୍ତି ଶାହା। "କଂଗ୍ରେସ ଦେଶର ରାଜନୀତିକୁ ନକରାତ୍ମକ ଦିଗକୁ ନେଉଛି। ଦିଲ୍ଲୀ ଏଆଇ ସମ୍ମିଳନୀରେ କଂଗ୍ରେସ ପୋଷାକ ଓହ୍ଲାଇ ଆନ୍ଦୋଳନ କଲା। ଏହା ଦ୍ଵାରା ପୂରା ଦେଶ ନିନ୍ଦିତ ହେଲା।ଏଭଳି କରି କଂଗ୍ରେସ ନିଜର ପତନର କାହାଣୀ ଲେଖୁଛି"।
ଅଧିକ ପଢନ୍ତୁ: 'ଗୁଜରାଟ ଭଳି ଓଡ଼ିଶାର ହେବ ବିକାଶ'; ପାରାଦୀପରେ ୭୫୦ କୋଟି ଟଙ୍କା ବ୍ୟୟର ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟର ଉଦଘାଟନ କରି ଜନତାଙ୍କୁ କହିଲେ ଶାହ