ଉତ୍ତର ପ୍ରଦେଶ: ମଙ୍ଗଳବାର ଦିନ CBSE (କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଫଳାଫଳ ଆସିବା ମାତ୍ରେ ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରେ ଖୁସିର ଲହରୀ ଖେଳିଗଲା। ଏଠାରେ ସାଭି ଜୈନ ୫୦୦ ରୁ ୪୯୯ ମାର୍କ ପାଇ ଅଲ୍ ଇଣ୍ଡିଆ ଟପର୍ସ ଲିଷ୍ଟରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି।
ସାଭି ଜୈନ ସ୍କଟିସ୍ ଇଣ୍ଟରନ୍ୟାସନାଲ୍ ସ୍କୁଲର ଛାତ୍ରୀ। ସାଭିଙ୍କ ବାପାଙ୍କ ନାମ ଅଙ୍କିତ ଜୈନ। ଏହି ସଫଳତା ପାଇଁ ସାଭି ତାଙ୍କ ପିତାମାତାଙ୍କ ସମର୍ଥନ ଏବଂ ତାଙ୍କ ସ୍କୁଲ ଶିକ୍ଷକମାନଙ୍କ ସଠିକ ମାର୍ଗଦର୍ଶନକୁ ଶ୍ରେୟ ଦିଅନ୍ତି। ସାଭି ଜୈନ ୪ଟି ବିଷୟରେ ପୂର୍ଣ୍ଣ ନମ୍ବର ପାଇଛନ୍ତି। ତାଙ୍କ ମାର୍କ ଲିଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ୪ ଟି ବିଷୟରେ ସେ ପୂର୍ଣ୍ଣ ନମ୍ବର ପାଇଥିବା ବେଳେ ଇଂରାଜୀରେ ୧ ନମ୍ବର କଟିଯାଇଛି।
ଇତିହାସ – ୯୯/୧୦୦
ରାଜନୀତି ବିଜ୍ଞାନ-୧୦୦/୧୦୦
ଭୂଗୋଳ – ୧୦୦/୧୦୦
ପେଣ୍ଟିଂ- ୧୦୦/୧୦୦
ଇଂରାଜୀ- ୯୯/୧୦୦