କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ । କେନ୍ଦ୍ରାପଡା ଭିଜିଲାନ୍ସ ପଞ୍ଝରେ ଆଳି ମହୁ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଧୀରେନ୍ଦ୍ର ମହାନ୍ତି । କୃଷି ଋଣ କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମହୁ ଗାଁର ବିରେନ୍ଦ୍ର ନାଥ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରେଡ ହ୍ୟାଣ୍ଡରେ ଧରିଲା କେନ୍ଦ୍ରାପଡା ଭିଜିଲାନ୍ସ ।
ସୂଚନା ଅନୁସାରେ, ବିରେନ୍ଦ୍ର ନାଥ ଏବଂ ତାଙ୍କ ବପାଙ୍କୁ ୭୫ ହଜାର ଟଙ୍କା ଲେଖାଏଁ ଦେଢ ଲକ୍ଷ ଟଙ୍କା କୃଷି ଋଣ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । ଏହି ସମୟରେ ସେ ଭିଜିଲାନ୍ସ କବଜାରେ ପଡ଼ି ଯାଇଥିଲେ । ତେବେ ଲାଞ୍ଚ ନେଉଥିବା ଅଭିଯୋଗରେ ଧୀରେନ୍ଦ୍ରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିବା ପରେ କେନ୍ଦ୍ରାପଡା ଓ କଟକର ଦୁଇଟି ଟିମ ଆଳିର ମହୁ ସମବାୟ ସମତି ,ପୈତୃକ ବାସଭବନ ନଅମୌଜାର ସାହୁପଡା ସହ ଦୁଇଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।
ଅଧିକ ପଢନ୍ତୁ: ଆଉ ୩ ସହରରେ ହେବ ଓଡ଼ିଶା ଭବନ; ଦେଖିବାକୁ ମିଳିବ ଓଡିଆ ଐତିହ୍ୟର ଝଲକ