ଗଜପତି: ମାଛ ଧରିବା ପଡିଗଲା ମହଙ୍ଗା । ମାଛ ଧରିବାକୁ ଯାଇଥିଲେ ହେଲେ ନଦୀର୍ ଭାସିଗଲେ ଯୁବକ । ନିଖୋଜ ହେବାର ୨୪ ଘଣ୍ଟା ବିତିଗଲାଣି ଅଥତ ମିଳିପାରୁ ଯୁବକଙ୍କ ପତ୍ତା । ଏହିଭଳି ଗୋଟିଏ ଅଭାବନୀୟ ଘଟଣା ଘଟିଛି ଗଜପତି ଜ଼ିଲ୍ଲା ଅଡବା ଗ୍ରାମରେ ।
ସୂଚନା ଅନୁସାରେ, ଗତକାଲି ମାଛ ଧରିବାକୁ ଆସି ହଠାତ୍ ପାଣି ଭିତରେ ଖସିପଡି ନିଖୋଜ ହୋଇଯାଇଥିଲେ ଯୁବକ । ଗତକାଲିଠୁ ଖୋଜାଖୋଜି ଚାଲିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିପାରିନାହିଁ । ନିଖୋଜ ଯୁବକ ଜଣକ ହେଉଛନ୍ତି ଅଡବା ଖ୍ରୀଷ୍ଟିଆନ ସାହିର ସୁବ୍ରତ ନାୟକ । ଗତକାଲି ସନ୍ଧ୍ୟାରେ ସୁବ୍ରତ ଖାଇ ପିଇ ଘରେ ଶୋଇଥିଲେ । ଏହାପରେ ତାଙ୍କର କିଛି ସାଙ୍ଗ ଆସି ନଦୀକୂଳକୁ ଯିବାକୁ ଡାକିବାରୁ ସେମାନଙ୍କ ସହ ବାହାରି ଯାଇଥିଲେ ସୁବ୍ରତ । ଆଉ ସାଙ୍ଗମାନଙ୍କ ସହିତ ମିଶି ନଦୀରେ ମାଛ ଧରିବା ବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ଅଡବା ପୋଲିସ ମୋହନା ଅଗ୍ନିଶମବାହିନୀଙ୍କ ସହାୟତାରେ ଯୁବକଙ୍କ ସନ୍ଧାନ ଜାରି ରଖିଛି ।