କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି କଲୋନୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାନଭାଇର ଟାଙ୍ଗିଆ ଚୋଟରେ ବଡଭାଇର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାହୁଲ ନାଏକ ।
ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଧୀରେ ଧୀରେ ଏହା ଉଗ୍ରରୂପ ଧାରଣା କରିଥିଲା । ଆଉ ନିଶାଶକ୍ତ ଅବସ୍ଥାରେ ରହିଥିବା ସାନ ଭାଇ ଧନୁ ନାଏକ ହଠାତ୍ ଉତ୍କ୍ଷିପ୍ତ ହୋଇଉଠିଥିଲେ । ଏହାପରେ ଏକ ଟାଙ୍ଗିଆରେ ବଡ଼ ଭାଇ ରାହୁଲ ନାଏକକୁ ହାଣିଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ରାହୁଲଙ୍କର ମୃତ୍ୟୁ ହୋଇଯାଇଥିଲା ।
ତେବେ ଏନେଇ ଖବର ପାଇ ଚମ୍ପୁଆ ପୋଲିସ ଅଭିଯୁକ୍ତ ଧନୁକୁ ଗିରଫ କରିଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ : ପଞ୍ଚଲିଙ୍ଗେଶ୍ୱର ପୀଠରେ ୫ ଫୁଟ ଉଚ୍ଚର ପାଣି; ସ୍ପର୍ଶ ଦର୍ଶନ ବନ୍ଦ