ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ (ଏଫ୍ଏସ୍ଏସ୍ଏଆଇ) ପାନୀୟ ଜଳ କମ୍ପାନୀ ବିସ୍ଲେରୀ(Bisleri) କୁ ଅସୁରକ୍ଷିତ ଘୋଷଣା କରିଛନ୍ତି । ଏହାର ଦୁଇଟି ନମୁନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନାହିଁ । ଫିସାଇ ବିସ୍ଲେରୀ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଛି । ପୂର୍ବରୁ ଅସୁରକ୍ଷିତ ବୋଲି ଘୋଷିତ ହୋଇଥିବା ବିସ୍ଲେରୀ ପାଣିର ନମୁନାଗୁଡ଼ିକ ପରବର୍ତ୍ତୀ ପରୀକ୍ଷଣରେ ଖାଦ୍ୟ ସୁରକ୍ଷା ମାନଦଣ୍ଡ ଅନୁଯାୟୀ ସମ୍ପୂର୍ଣ୍ଣ ଉପଯୁକ୍ତ ବୋଲି ଜଣାପଡ଼ିଛି।
ସମ୍ବାଦ ସଂସ୍ଥା 'ରଏଟର୍ସ' ଅନୁଯାୟୀ, ସର୍ବଶେଷ ପରୀକ୍ଷଣରେ ବିସ୍ଲେରୀର ଏହି ନମୁନାଗୁଡ଼ିକ ସୁରକ୍ଷା ନିୟମାବଳୀ ପାଳନ କରୁଥିବା ଜଣାପଡ଼ିଛି । ଏହି ବିଷୟରେ ବିସ୍ଲେରୀ ଇଣ୍ଟରନ୍ୟାସନାଲ୍ କହିଛି ଯେ, ଏହାର ପାନୀୟ ଜଳର ସୁରକ୍ଷା କମ୍ପାନୀ ପାଇଁ ସର୍ବୋଚ୍ଚ ପ୍ରାଥମିକତା ଅଟେ ଏବଂ ଉପଯୁକ୍ତ ପ୍ରକ୍ରିୟା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବା ପାଇଁ କମ୍ପାନୀ ନିୟାମକ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରିବ ।
ଏହା ପୂର୍ବରୁ, ଏଫ୍ଏସ୍ଏସ୍ଆଇ ବିସ୍ଲେରୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମୋଦନ ଦେଇଥିଲା । ଏକ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା ଯେ କମ୍ପାନୀର ପ୍ୟାକେଜ୍ଡ ପାନୀୟ ଜଳର ଏକ ନମୁନାରେ 'ବ୍ରୋମେଟ୍'ର ମାତ୍ରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ରହିଥିଲା। 'ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ' (PAHs) ଚିହ୍ନଟ କରିବା ପରେ ରେଫରାଲ୍ ଲ୍ୟାବ ମଧ୍ୟ ନମୁନାକୁ 'ଅସୁରକ୍ଷିତ' ବୋଲି ଘୋଷଣା କରିଥିଲା । ସମସ୍ତ ପ୍ୟାକେଟକୁ ବଜାରରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲା। ବିସ୍ଲେରୀ ଏହି ତଥ୍ୟକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଦାଖଲ କରିଥିଲା, ଯାହା ପରେ ନମୁନାକୁ ଏକ ରେଫରାଲ୍ ଖାଦ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା। ଯଦିଓ ଏହି ଘଟଣାରେ ବିସଲେରିକୁ ଆଶ୍ୱସ୍ତି ମିଳିଛି ।
ଏଫ୍ଏସ୍ଏସ୍ଆଇ ଅନେକ ଖାଦ୍ୟ କମ୍ପାନୀ ବିରୋଧରେ ଶକ୍ତ ହୋଇଛି । ବସନ୍ତ ମସଲା ପ୍ରାଇଭେଟ୍ ଲିମିଟେଡ୍, ଟିଟ୍-ବିଟ୍ ଫୁଡ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ମିମାଂସା ଇଣ୍ଡଷ୍ଟ୍ରିଜ୍ ଏବଂ ଆଶା କନଫେକ୍ସନେରୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ଅନୁମୋଦନ କରିଛି। ଖାଦ୍ୟ ସୁରକ୍ଷା ନିୟମ ପାଳନ କରିବାରେ ବିଫଳ ହେବା ପାଇଁ ନିୟାମକ ଉର୍ମି ଲାଇଫସାଇନ୍ସ LLP ଏବଂ ଗୌର ଆୟୁର୍ବେଦିକ ଷ୍ଟୋରର ଲାଇସେନ୍ସକୁ ସ୍ଥଗିତ କରିଛି । ଏହା ସହିତ ଆଶା କନଫେକ୍ସନେରୀକୁ ଏହାର ପୂର୍ବରୁ ପ୍ୟାକେଜ୍ ହୋଇଥିବା ଚକୋଲେଟ୍-ଭରା କୁକିଜ୍ ଫେରାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା, କାରଣ ସେଗୁଡ଼ିକ ଅସୁରକ୍ଷିତ ବୋଲି ଜଣାପଡିଥିଲା।