ନୀଳଗିରି: ଗତ ଦୁଇଦିନ ହେବ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଶେଷକରି ଉତ୍ତର ଓଡ଼ିଶାରେ ବର୍ଷାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଏହାରି ଭିତରେ ବାଲେଶ୍ୱରର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ବରଙ୍କ ପୀଠ ମଧ୍ୟ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷାରେ ପଥର ଖୋଲରେ ଥିବା ବାବାଙ୍କର ପାଞ୍ଚୋଟି ଲିଙ୍ଗ ଉପରେ ପ୍ରାୟ ୪-୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି ।
ତେବେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତକାଲି ପୀଠରେ ସ୍ପର୍ଶ ଦର୍ଶନ ବନ୍ଦ କରାଯାଇଥିଲା । ବାବାଙ୍କ ପାଞ୍ଚୋଟି ଲିଙ୍ଗ ଉପରେ ୫ ଫୁଟରୁ ଉର୍ଦ୍ଧ୍ବ ପାଣି ଚାଲିଥିବା ବେଳେ ବାବାଙ୍କ ଲିଙ୍ଗ ସ୍ପର୍ଶକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ପାଣି କମିଲେ ପର୍ଯ୍ୟଟକଙ୍କୁ ପୁଣି ଥରେ ସ୍ପର୍ଶ ଦର୍ଶନ କରାଯିବ ବୋଲି ପଞ୍ଚଲିଙ୍ଗେଶ୍ବର ଟ୍ରଷ୍ଟି ତଥା ନୀଳଗିରି ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ କହିଛନ୍ତି ।
ଅଧିକ ପଢନ୍ତୁ : ଆଜି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶର ବଧ ବେଶ