ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହୁମ୍ମାଠାରେ ଏକ ସଡକ ଦୁର୍ଘଟଣା ଘଟି କେ. ମାଳତୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଥିଲା । ଏହି ଘଟଣା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାଣିବା ପରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହା ସହ ମୃତ ମହିଳାଙ୍କ ପରିବାରକୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ 'ଏକ୍ସ' ମାଧ୍ୟମରେ ଶୋକବ୍ୟକ୍ତ କରି ଲେଖିଛନ୍ତି ଯେ, " ଗଞ୍ଜାମ ଜିଲ୍ଲା ହୁମ୍ମାଠାରେ ଏକ ଦୁଃଖଦ ଦୁର୍ଘଟଣାରେ କେ. ମାଳତୀ ପ୍ରଧାନ (ସ୍ୱାମୀ - କେ. ରାଜେନ୍ଦ୍ର ପ୍ରଧାନ) ଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି" ।