ଜଗତସିଂହପୁର: ଜଗତସିଂହପୁର ପୋଲିସ ଏସ୍ଆଇଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଥିଲା । ଏସ୍ଆଇ ନାବାଳିକାଙ୍କୁ ବିବାହ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ କରାଯାଇଛି । ଏସ୍ଆଇ ଅମିତ ପାଢ଼ୀଙ୍କୁ ରାଜ୍ୟ ବାହାରୁ ପୋଲିସ ଗିରଫ କରିଛି ବୋଲି ସୂଚନା ମିଳିଛି । ୪ ମାସ ହେଲା ଅଭିଯୁକ୍ତ ଫେରାର ଥିଲା, ଜଗତସିଂହପୁର ପୋଲିସର ସ୍ବତନ୍ତ୍ର ୪ ଜଣିଆ ଟିମ୍ ସହାୟତାରେ ତାଙ୍କୁ ଗିରଫ କରାଯାଇଛି । ଆଜି ଅଭିଯୁକ୍ତ ଏସ୍ଆଙ୍କୁ ଧରି ଜଗତସିଂହପୁରରେ ପହଞ୍ଚିବ ଟିମ୍।
ସୂଚନା ଯୋଗ୍ୟ, ଏସ୍ଆଇ ଜଣେ ନାବାଳିକା ଝିଅକୁ ବିବାହ କରି ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ଏତଲା ଦେବାର ୪ ମାସ ପରେ ବି କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ଆଣିବା ପରେ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅଭିଯୁକ୍ତ ଏସ୍ଆଇଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଜଗତସିଂହପୁର ଏସ୍ପି ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ଏତଲା ପରେ ଏସ୍ଆଇ କେଉଁଆଡ଼େ ଫେରାର ହୋଇଯାଇଥିଲେ । ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତାଙ୍କୁ ଗିରଫ କରିଛି ।