ଭୁବନେଶ୍ଵର: ଲାଞ୍ଚ ନେବା ମାମଲାରେ ଜଣେ ପୂର୍ବତନ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ଜଳସେଚନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ କୁମୁଦା ଚନ୍ଦ୍ର ପ୍ରଧାନଙ୍କୁ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି ।
ଜଳସେଚନ ବିଭାଗର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ କୁମୁଦା ଚନ୍ଦ୍ର ପ୍ରଧାନ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲେ । ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସମ୍ପର୍କରେ ଚୁକ୍ତିନାମା ପ୍ରକ୍ରିୟାକରଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରିବା ପରେ ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ନିର୍ବାହୀ ଯନ୍ତ୍ରୀଙ୍କୁ ଜେଲ ଦଣ୍ଡ ସହିତ ୫୦ ହଜାର ଜରିମାନା ଲଗାଇଛନ୍ତି କୋର୍ଟ ।
ଏହା ସହିତ ରାୟ ଆସିବା ପରେ ଭିଜିଲାନ୍ସ ପକ୍ଷରୁ କୁମୁଦା ପ୍ରଧାନଙ୍କ ପେନସନ୍ ବନ୍ଦ କରିବାକୁ ଆବେଦନ କରାଯିବ ବୋଲି ସୂଚନା ଦିଆଯାଇଛି ।