ଭୁବନେଶ୍ୱର: ରାଜ୍ୟର ସମସ୍ତ ବାଲ୍ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଚାଉଳ ସହ ଟଙ୍କା ମିଳିବ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ୍ ୨୩ରୁ ମେ’ ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା । ଫଳରେ ଉକ୍ତ ଦିନମାନଙ୍କରେ ବିଦ୍ୟାଳୟ କାର୍ଯ୍ୟଦିବସଥିଲା , କିନ୍ତୁ ବିଦ୍ୟାଳୟ ବନ୍ଦ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇନଥିଲା। ସେହି ସମୟରେ ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ଚାଉଳ ସହ ରନ୍ଧନ ବାବଦ ଟଙ୍କା ପ୍ରଦାନ କରାଯିବ। ପ୍ରଧାନ ଶିକ୍ଷକମାନେ ତୁରନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହା ବଣ୍ଟନ କରି ସରକାରଙ୍କୁ ଜଣାଇବେ।
ଏହାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଗୁରୁତ୍ୱର ସହ ନେଇ ତୁରନ୍ତ କାର୍ଯ୍ୟ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଚାଉଳ ବଣ୍ଟନ କରିବେ। ସେହିପରି ରନ୍ଧନ ଦ୍ରବ୍ୟ ବାବଦ ଅର୍ଥକୁ ଛାତ୍ରୀଛାତ୍ର ବା ସେମାନଙ୍କ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମୋଡ୍ରେ ପ୍ରଦାନ କରାଯିବ। ଆକାଉଣ୍ଟ ଟ୍ରାନ୍ସଫର୍ ସମ୍ଭବ ନ ହେଲେ ପେମେଣ୍ଟ ରେଜିଷ୍ଟର୍ରେ ଉଲ୍ଲେଖ କରି ପ୍ରଦାନ କରିବାକୁ କୁହାଯାଇଛି। ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଆଗକୁ ପଢନ୍ତୁ : ମାଛ ଧରିବାକୁ ଯାଇ ନିଖୋଜ ହୋଇଗଲେ ସୁବ୍ରତ: ୨୪ ଘଣ୍ଟା ବିତିଗଲାଣି ହେଲେ ମିଳିପାରୁନି ପତ୍ତା