ବାଲେଶ୍ୱର: ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ସମୀର ସାହୁଙ୍କୁ କ୍ରାଇମବ୍ରାଞ୍ଚ ତିନିଦିନିଆ ରିମାଣ୍ଡରେ ନେଇଥିଲା । ଆଜି ରିମାଣ୍ଡ ଅବଧି ସରିବା ପରେ ପୁଣି ସେ ଜେଲ୍ ଫେରିବେ। ଘଟଣାର ଅଧିକ ତଦନ୍ତ ପାଇଁ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ସମୀର ସାହୁଙ୍କୁ ତନାଘନା ଜେରା କରିଥିଲା । ଅଭିଯୁକ୍ତକୁ ଜେରା କରିବା କ୍ରାଇମବ୍ରାଞ୍ଚ ଏକ ଟିମ୍ ଗଠନ କରିଥିଲା । ରିମାଣ୍ଡର ଦ୍ୱିତୀୟ ଦିନରେ ଆତ୍ମାହୁତି ପଛର ରହସ୍ୟ ଓ ଛାତ୍ରୀଙ୍କ ରେକର୍ଡ ହୋଇଥିବା ଭିଡିଓ ସମ୍ପର୍କରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଥିଲା ।
ସୂଚନା ଯୋଗ୍ୟ, ଫକୀର ମୋହନ ଛାତ୍ରୀ ଆତ୍ମହୁତି ଘଟଣାର ମୁଖ୍ୟ ଅଭିଯୁକ୍ତ ସମୀର ସାହୁଙ୍କୁ ଗତ ଜୁଲାଇ ୧୨ ତାରିଖ ଘଟଣା ଦିନ ସମୀରଙ୍କୁ କଲେଜ ପରିସରରରୁ ଗିରଫ କରାଯାଇଥିଲା । ଛାତ୍ରୀ ଜଣଙ୍କୁ ସାର ୬ମାସ ଧରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଛାତ୍ରୀଙ୍କ ଆତ୍ମାହୁତି ଭିଡିଓ ରେକର୍ଡ ହୋଇଥିବା ମୋବାଇଲ୍ ଓ କଲେଜ୍ କ୍ୟାମ୍ପସ ସହିତ ପେଟ୍ରୋଲ ପମ୍ପରେ ଲାଗିଥିବା ସିସି କ୍ୟାମେରା ଭିଡିଓ ଅନୁଧ୍ୟାନ ପରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ହସ୍ତକ୍ଷେପ କରିଥିଲା । ଆତ୍ମାହୁତି ପୂର୍ବରୁ ଓ ସମୟରେ ଛାତ୍ରୀ ଯେଉଁ ସବୁ କଥା କହିଥିଲେ, ଏହା ଭିଡିଓରେ ରେକର୍ଡ ହେବା ପରେ କ୍ରାଇମବ୍ରାଞ୍ଚ ଏହି କଥାବାର୍ତ୍ତାକୁ ଅନୁଧ୍ୟାନ କରି ଅଭିଯୁକ୍ତ ସମୀର ସାହୁଙ୍କୁ ତିନିଦିନ ରିମାଣ୍ଡରେ ଆଣି ଜେରା କରିଛି ।