ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ବିସିସିଆଇ ମେ ୯ରେ ଆଇପିଏଲକୁ ୧ ସପ୍ତାହ ପାଇଁ ସ୍ଥଗିତ ରଖିଥିଲା। ପୂର୍ବରୁ ମେ ୮ ତାରିଖରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ମଝିରେ ବନ୍ଦ ହୋଇଯାଇଥିଲା। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ପରେ ବିସିସିଆଇ ବାକି ମ୍ୟାଚ୍ ପାଇଁ ଏକ ନୂତନ କାର୍ଯ୍ୟସୂଚୀ ଘୋଷଣା କରିଛି। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ଲିଗ୍ ମ୍ୟାଚ୍ ମେ ୧୭ରୁ ପୁଣି ଥରେ ଆରମ୍ଭ ହେବ ଏବଂ ମୋଟ ୧୭ ଟି ମ୍ୟାଚ୍ ୬ ଟି ସ୍ଥାନରେ ଖେଳାଯିବ। ଏହା ବ୍ୟତୀତ ଫାଇନାଲ ମ୍ୟାଚ୍ ଜୁନ୍ ୩ରେ ଅନୁଷ୍ଠିତ ହେବ।
ବିସିସିଆଇ ବାକି ମ୍ୟାଚ୍ ଗୁଡ଼ିକୁ ୬ଟି ସ୍ଥାନରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି, ଯେଉଁଥିରେ ବେଙ୍ଗାଲୁରୁ, ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ, ଅହମ୍ମଦାବାଦ ଏବଂ ଜୟପୁର ସହର ସାମିଲ। ଅବଶିଷ୍ଟ ଲିଗ୍ ମ୍ୟାଚ୍ ମେ ୧୭ରୁ ମେ ୨୫ ପର୍ଯ୍ୟନ୍ତ ଖେଳାଯିବ, ଯେଉଁଥିରେ ୨ଡବଲ୍ ହେଡର ମ୍ୟାଚ୍ ସାମିଲ। ଏହା ବ୍ୟତୀତ ପ୍ଲେଅଫ୍ ମ୍ୟାଚ୍ ଗୁଡ଼ିକ ମେ ୨୯ରୁ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ୍ ଜୁନ୍ ୩ରେ ଖେଳାଯିବ। କିନ୍ତୁ ବିସିସିଆଇ ଏପର୍ଯ୍ୟନ୍ତ ପ୍ଲେଅଫ୍ ମ୍ୟାଚ୍ ପାଇଁ ସ୍ଥାନ ସ୍ଥିର କରିନାହିଁ।
ନୂତନ କାର୍ଯ୍ୟସୂଚୀରେ ଦୁଇଟି ଡବଲ୍-ହେଡର ମ୍ୟାଚ୍ ରହିଛି, ଯାହା ଦୁଇଟି ରବିବାରରେ ଖେଳାଯିବ। ମେ ୨୭ ତାରିଖ ସିଜିନର ଶେଷ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏହା ପରେ କ୍ଵାଲିଫାୟର ୧ ମେ ୨୯ ତାରିଖ ଖେଳାଯିବ। ଏଲିମିନେଟର ମ୍ୟାଚ୍ ମେ ୩୦ ତାରିଖ ଓ ଦ୍ଵିତୀୟ କ୍ଵାଲିଫାୟର ଜୁନ ୧ ତାରିଖ ଖେଳାଯିବ। ଜୁନ ୩ ତାରିଖ ଫାଇନାଲ୍ ମ୍ୟାଚ୍ ଖେଳାଯିବ।
ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ମେ ୨୭ରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଆରସିବି ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମଧ୍ୟରେ ଖେଳାଯିବ। ମେ ୧୮ରେ ରବିବାର ଦିନ ଦୁଇଟି ମ୍ୟାଚ୍ ଖେଳାଯିବ। ଦିନରେ ରାଜସ୍ଥାନ ରୟାଲ୍ସ ବନାମ ପଞ୍ଜାବ କିଙ୍ଗ୍ସ ଏବଂ ସନ୍ଧ୍ୟାର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ।