ଗଞ୍ଜାମ: ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ । ଜଟଣୀ ସଵରେଜିଷ୍ଟର ଥିବା ବେଳେ ଦୁର୍ନୀତି କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ରାଜସ୍ୱ ବିଭାଗ ତାଙ୍କୁ ନିଲମ୍ବନ କରିଛି ।
ସୂଚନା ଅନୁଯାୟୀ ଜଟଣୀ ସଵ ରେଜିଷ୍ଟର ଥିବା ବେଳେ ବେଆଇନ ଭାବେ ହୋମ ଭିଜିଟ କରି ଜମି ରେଜିଷ୍ଟ୍ରେସନ କରିଥିଲେ । ମାର୍ଚ୍ଚ ୨୦୨୩ରୁ ମେ ୨୦୨୫ ଭିତରେ ଜଟଣୀ ସବରେଜିଷ୍ଟର ଥିବା ବେଳେ ୩୨୨ ଥର ହୋମ ଭିଜିଟ୍ କରି ଜମି ରେଜିଷ୍ଟ୍ରେସନ କରିଥିଲେ । ଯାହା କି ନିୟମ ବିରୁଦ୍ଧ ଅଟେ।ଏମିତିକି ବିନା ଅନୁମତିରେ ମଧ୍ୟ ଜିଲ୍ଲା ବାହାରକୁ ଯାଇ ରେଜିଷ୍ଟ୍ରେସନ କରିଥିଲେ । ଘଟଣାର ସତ୍ଯାସତ୍ଯ ବର୍ତ୍ତମାନ ରାଜସ୍ବ ବିଭାଗ ନଜରରେ ଆସିବା ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।