ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେଣ୍ଟର ଫର୍ ରେଲୱେ ଇନ୍ଫରମେସନ୍ ସିଷ୍ଟମର ୪୦ତମ ପ୍ରତିଷ୍ଠା ଦିବସ ସମାରୋହରେ 'RailOne' ଆପ୍ ଲଞ୍ଚ କରିଛନ୍ତି । ଏହି ଆପ୍ ପ୍ଲେଷ୍ଟୋର ଏବଂ iOS ଆପ୍ ଷ୍ଟୋର ଉଭୟରେ ଉପଲବ୍ଧ ହେବ । RailOne ଆପ୍ ଦ୍ୱାରା ଯାତ୍ରୀମାନଙ୍କର ସମସ୍ତ ଜରୁରୀ ସେବା ପୂରଣ ହେବା ସହ ଅସୁବିଧାର ମଧ୍ୟ ସମାଧାନ ହୋଇପାରିବ ।
ଏହି ଆପ୍ ମାଧ୍ୟମରେ ଯାତ୍ରୀମାନେ ଅନେକଗୁଡ଼ିଏ ସୁବିଧା ପାଇପାରିବେ । ଯେମିତିକି ଟ୍ରେନ୍ ଟିକେଟ୍ , ପ୍ଲାଟଫର୍ମ ଟିକେଟ୍, ଟ୍ରେନ୍ ଏବଂ PNR ଅନୁସନ୍ଧାନ, ଟ୍ରାଭେଲ୍ ଯୋଜନା , ରେଲୱେ ସହାୟତା ସେବା , ଟ୍ରେନ୍ ରେ ଖାଦ୍ୟ ବୁକିଂ ଆଦିର ସୁବିଧା ମିଳିବ । ମାଲ୍ ପରିବହନ ସମ୍ବନ୍ଧୀୟ ଅନୁସନ୍ଧାନ ମଧ୍ୟ ଏଥିରେ ଉପଲବ୍ଧ । ଏହି ଆପ୍ର ମୂଳ ଉଦ୍ଦେଶ୍ୟ ହେଉଛି ଏକ ଉପଭୋକ୍ତାମାନଙ୍କୁ ସୁବିଧାରେ ସେବା ଯୋଗାଇବା । ଏହି ଆପ୍ ଯେ କେବଳ ଏକା ସାଙ୍ଗରେ ସବୁ ସୁବିଧା ଯୋଗାଇବ ତା ନୁହେଁ , ବରଂ ସେବାଗୁଡ଼ିକ ମଧ୍ୟରେ ସମନ୍ୱିତ ସଂଯୋଗ ପ୍ରଦାନ କରିବ ।
ଏହା କେବଳ ସମସ୍ତ ସେବାକୁ ଗୋଟିଏ ସ୍ଥାନରେ ରଖିନାହିଁ ବରଂ ସେବାଗୁଡ଼ିକ ମଧ୍ୟରେ ସମନ୍ୱିତ ସଂଯୋଗ ମଧ୍ୟ ପ୍ରଦାନ କରେ, ଯାହା ବ୍ୟବହାରକାରୀଙ୍କୁ ଭାରତୀୟ ରେଳ ସେବାର ଏକ ବ୍ୟାପକ ପ୍ୟାକେଜ୍ ପ୍ରଦାନ କରେ। ଏହି ଆପର ଏକ ବିଶେଷ ବୈଶିଷ୍ଟ୍ୟ ହେଉଛି ସିଙ୍ଗଲ୍ ସାଇନ୍-ଅନ୍। ଏଥିରେ ବ୍ୟବହାରକାରୀଙ୍କୁ ଏକାଧିକ ପାସୱାର୍ଡ ମନେ ରଖିବାର ଆବଶ୍ୟକ ନାହିଁ । RailOne ଆପ୍ ଡାଉନ୍ଲୋଡ୍ କଲା ପରେ ଉପଭୋକ୍ତାମାନଙ୍କୁ ବିଭିନ୍ନ ସେବା ପାଇଁ ଅଲଗା ଅଲଗା ଆପ୍ ମଧ୍ୟ ରଖିବାକୁ ପଡ଼ିବ ନାହିଁ । ଯାହା ଫଳରେ ଡିଭାଇସ୍ ଷ୍ଟୋରେଜ୍ ସଞ୍ଚୟ ହେବ । ଏହି ଆପ୍ ସହିତ R-Wallet (ରେଳୱେ ଇ-ୱାଲେଟ୍) ସୁବିଧା ମଧ୍ୟ ଯୋଡାଯାଇଛି । ସଂଖ୍ୟାତ୍ମକ mPIN ଏବଂ ବାୟୋମେଟ୍ରିକ୍ ଲଗଇନ୍ ଭଳି ସହଜ ଲଗଇନ୍ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।