ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କର ପଦୋନ୍ନତି ହୋଇଛି । ମଙ୍ଗଳବାର ଏ ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦୁଇଟି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭିନ୍ନ ବିଭାଗରେ କାର୍ଯ୍ୟରତ ୧୫ଜଣ ଓଏଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି ।
ଓଏସ୍ ଅଧିକାରୀ ସୁଜାତା ମିଶ୍ର, ଲିପ୍ସା ଦାସ, ସମ୍ବିତ କୁମାର ନାୟକ, କଳ୍ପତରୁ ବେହେରା, ପୂର୍ଣ୍ଣଚନ୍ଦ୍ର ମିଶ୍ର, କୈଳାଶ ଚନ୍ଦ୍ର ନାୟକ ଏବଂ ବେଦବନ୍ଧୁ ମିଶ୍ରଙ୍କୁ ପଦୋନ୍ନତି ମିଳିଛି ।
ସେହିପରି ପ୍ରବୀର କୁମାର ଖିଲାର, ଶୈଳେନ୍ଦ୍ର କୁମାର ଜେନା, ରବିନାରାୟଣ ଜେଠୀ, ଅଜାମ୍ବର ମହାନ୍ତି, ସରୋଜ କୁମାର ସ୍ୱାଇଁ, ଲଲାଟେନ୍ଦୁ ସାହୁ, ଦରିଦ୍ରଭଞ୍ଜନ ଏମ୍.ଏମ୍. ପାତ୍ର ଓ ତଲତ୍ ଆଫ୍ରିନ୍ ଙ୍କୁ ମଧ୍ୟ ପଦୋନ୍ନତି ମିଳିଛି ।