ତାମିଲନାଡୁର ଶିବକାଶୀ ଜିଲାରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ। ମଙ୍ଗଳବାର ଏଠାରେ ବାଣ ତିଆରି କାରଖାନାରେ ହଠାତ୍ ବିସ୍ପୋରଣ ଘଟିଥିଲା । ବିସ୍ଫୋରଣ ଯୋଗୁଁ ଧୂଆଁମୟ ହୋଇଯାଇଛି । ବିସ୍ଫୋରଣରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ମହିଳା ସମେତ ଅନ୍ୟ ୪ ଜଣ ପୁରୁଷ ରହିଛନ୍ତି ।
ମଙ୍ଗଳବାର ଘଟିଥିବା ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର କାରଖାନା ନଷ୍ଟ ହୋଇଯାଇଛି। ବିସ୍ଫୋରଣ ପରେ ସବୁଠି ଭଗ୍ନାବଶେଷ ପଡ଼ିଥିବା ଦେଖିବାକୁ ମିଳୁଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଏହି ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ୟୁନିଟ୍କୁ ବ୍ୟାପିଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ। ବିସ୍ଫୋରଣ ପରେ କାରଖାନାରୁ ଧୂଆଁ ବାହାରୁଥିବା ଏବଂ ବାଣ ଫୁଟିବାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ପୋଲିସ, ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ।
ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଏହି ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ୟୁନିଟ୍କୁ ନଷ୍ଟ କରିଛି। ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।