ଇଂଲଣ୍ଡ: ଭାରତ ଏବଂ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଟି-୨୦ ସିରିଜ୍ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଇଂଲଣ୍ଡର ନଟିଂହାମ ସହରରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପରେ, ଭାରତୀୟ ମହିଳା ଦଳ ଇଂଲଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ମଧ୍ୟ ଖେଳିବ। ହରମନପ୍ରୀତ କୌର ଇଂଲଣ୍ଡ ବିପକ୍ଷରେ ଟି-୨୦ ଏବଂ ଦିନିକିଆ ମ୍ୟାଚ୍ ରେ ଭାରତୀୟ ଦଳର ଅଧିନାୟକ ହେବାକୁ ଯାଉଛନ୍ତି।
ସମ୍ଭାବିତ ଭାରତୀୟ ଦଳ
ସ୍ମୃତି ମନ୍ଧାନା, ଯସ୍ତିକା ଭାଟିଆ, ଜେମିମା ରଡ୍ରିଗ୍ସ, ହରମନପ୍ରୀତ କୌର (ଅଧିନାୟିକା), ରିଚା ଘୋଷ (ୱିକେଟକିପର), ଅମନଜୋତ କୌର, ଦୀପ୍ତି ଶର୍ମା, ରାଧା ଯାଦବ, ଶ୍ରୀ ଚରଣୀ, ଅରୁନ୍ଧତୀ ରେଡ୍ଡୀ ଏବଂ କ୍ରାନ୍ତି ଗୌର।
ସମ୍ଭାବିତ ଇଂଲଣ୍ଡ ଦଳ
ଡାନି ୱାଟ୍-ହଜ୍, ସୋଫିଆ ଡଙ୍କଲି, ନାଟ୍ ସାଇଭର-ବ୍ରଣ୍ଟ (ଅଧିନାୟିକା), ପେଜ୍ ସ୍କଲଫିଲ୍ଡ, ଏମି ଜୋନ୍ସ (ୱିକେଟକିପର), ଆଲିସ୍ କ୍ୟାପସି, ଏମ୍ ଆର୍ଲଟ୍, ଚାର୍ଲି ଡିନ୍, ସୋଫି ଏକ୍ଲେଷ୍ଟୋନ୍, ଲିନ୍ସେ ସ୍ମିଥ୍ ଏବଂ ଲରେନ୍ ବେଲ୍।
ଟି-୨୦ ସିରିଜ କ୍ରୀଡ଼ାସୂଚୀ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଜୁନ୍ ୨୮ରୁ ଆରମ୍ଭ ହେବ ଏବଂ ଜୁଲାଇ ୧୨ ପର୍ଯ୍ୟନ୍ତ ଚାଲିବ। ସମସ୍ତ ପାଞ୍ଚ ମ୍ୟାଚ୍ ଇଂଲଣ୍ଡର ବିଭିନ୍ନ ସହରରେ ଅନୁଷ୍ଠିତ ହେବ।
- ପ୍ରଥମ ଟି-୨୦ ମ୍ୟାଚ୍ - ଜୁନ୍ ୨୮, ନଟିଂହାମ, ସନ୍ଧ୍ୟା ୭ଟା
- ଦ୍ୱିତୀୟ ଟି-୨୦ ମ୍ୟାଚ୍ - ଜୁଲାଇ ୧, ବ୍ରିଷ୍ଟଲ୍, ରାତି ୧୧ଟା
- ତୃତୀୟ ଟି-୨୦ ମ୍ୟାଚ୍ - ଜୁଲାଇ ୪, ଲଣ୍ଡନ, ରାତି ୧୧:୦୫ଟା
- ଚତୁର୍ଥ ଟି-୨୦ ମ୍ୟାଚ୍ - ଜୁଲାଇ ୯, ମାଞ୍ଚେଷ୍ଟର, ରାତି ୧୧ଟା
- ପଞ୍ଚମ ଟି-୨୦ ମ୍ୟାଚ୍ - ଜୁଲାଇ ୧୨, ବର୍ମିଂହାମ, ରାତି ୧୧:୦୫ଟା
ଟି-୨୦ ସିରିଜ ପରେ ଜୁଲାଇ ୧୬ ରୁ ଜୁଲାଇ ୨୨ ପର୍ଯ୍ୟନ୍ତ ଦିନିକିଆ ସିରିଜ ଚାଲିବାକୁ ଯାଉଛି। ଏହି ସିରିଜ ପାଇଁ ଟିମ୍ ଇଣ୍ଡିଆର ଦଳ ମଧ୍ୟ ଘୋଷଣା କରାଯାଇଛି। ଏହି ସିରିଜ ପାଇଁ ଏକ ୧୬ ଜଣିଆ ଦଳ ଗଠନ କରାଯାଇଛି। ଏହି ଦଳରେ ହରମନପ୍ରୀତ କୌର (ଅଧିନାୟିକା), ଜେମିମା ରଡ୍ରିଗ୍ସ, ସ୍ମୃତି ମନ୍ଧାନା, ତେଜଲ ହସାଭିସ୍, ଅମନଜୋତ କୌର, ଦୀପ୍ତି ଶର୍ମା, ହରଲିନ୍ ଦେଓଲ, ପ୍ରତୀକା ରାୱଲ, ସାୟାଲି ସତଘରେ, ସ୍ନେହ ରାଣା, ରିଚା ଘୋଷ, ଯସ୍ତିକା ଭାଟିଆ, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ରାଧା ଯାଦବ ଏବଂ ଶ୍ରୀ ଚରଣୀ ଅଛନ୍ତି।
- ପ୍ରଥମ ଦିନିକିଆ ମ୍ୟାଚ୍ - ଜୁଲାଇ ୧୬, ସାଉଥାମ୍ପଟନ୍, ସନ୍ଧ୍ୟା ୫:୩୦
- ଦ୍ୱିତୀୟ ଦିନିକିଆ ମ୍ୟାଚ୍ - ଜୁଲାଇ ୧୯, ଲଣ୍ଡନ, ଅପରାହ୍ନ ୩:୩୦
- ତୃତୀୟ ଦିନିକିଆ ମ୍ୟାଚ୍ - ଜୁଲାଇ ୨୨, ଚେଷ୍ଟର ଲେ ଷ୍ଟ୍ରିଟ୍, ସନ୍ଧ୍ୟା ୫:୩୦
ଅଧିକ ପଢ଼ନ୍ତୁ: ପାରସ୍ପରିକ ଶୁଳ୍କ ଉପରେ ପୁଣି ଟ୍ରମ୍ପଙ୍କ ଖୋଲା ଧମକ