ନୂଆଦିଲ୍ଲୀ: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଅବ୍ୟବହିତ ପୂର୍ବରୁ ଆୟୋଜକ ଦଳ ଇଂଲଣ୍ଡ ତାର ଖେଳାଳୀଙ୍କ ନାମ ଘୋଷଣା କରିଛି । ଦୀର୍ଘ ଚାରି ବର୍ଷର ବ୍ୟବଧାନ ପରେ ଟେଷ୍ଟକୁ ଫେରିଛନ୍ତି ଇଂଲଣ୍ଡର ଦ୍ରୁତ ବୋଲର୍ ଜୋଫ୍ରା ଆର୍ଚର୍ । ଦ୍ୱିତୀୟ ସିରିଜରେ ସେ ଦଳ ପାଇଁ ପ୍ରଥମ ଥର ପାଇଁ ନାଲି ବଲରେ ଖେଳିବେ ।
ଆର୍ଚର୍ ୪ ବର୍ଷରୁ ଅଧିକ ସମୟ ଧରି ଟେଷ୍ଟ ଟୁର୍ଣ୍ଣାମେଣ୍ଟରୁ ଦୂରେଇ ରହିଥିଲେ । ସେ ୨୦୨୫ରେ ରାଜସ୍ଥାନ ରୟାଲସ୍ ପାଇଁ ଖେଳିଛନ୍ତି । ତେବେ ଆଘାତ ଯୋଗୁଁ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ପାରୁ ନ ଥିଲେ । ତେବେ ନିକଟରେ ସେ ଟେଷ୍ଟର-ଲେ-ଷ୍ଟ୍ରୀଟରେ ଡରହମ୍ ବିପକ୍ଷରେ ଏକ ଚାରି ଦିବସୀୟ ମ୍ୟାଟରେ ନିଜର ଝଲକ୍ ଦେଖାଇ ସାରିଛନ୍ତି । ସେ ୧୮ ଓଭରରେ ମାତ୍ର ୩୨ ରନ୍ ଦେଇ ଗୋଟିଏ ୱିକେଟ୍ ହାସଲ କରିଛନ୍ତି ।
ଇଂଲଣ୍ଡ ଦଳରେ ଅଛନ୍ତି...
ବେନ ଷ୍ଟୋକ୍ସ (ଅଧିନାୟକ), ଶୋଏବ୍ ୱାଶୀର, ଜ୍ୟାକବ୍ ବେଥେଲ୍, ହ୍ୟାରୀ ବ୍ରୁକ୍, ବ୍ରାୟଡନ୍ କାର୍ସେ, ସ୍ୟାମ୍ କୁକ୍, ଜ୍ୟାକ୍ କ୍ରାଲୀ, ବେନ୍ ଡକେଟ୍, ଜେମି ଓବରଟନ୍, ଓଲି ପୋପ, ଜୋ ରୁଟ୍, ଜୋଶ୍ ଟଂଗ୍, କ୍ରିସ ବୋକ୍ସ ଏବଂ ଜୋଫ୍ରା ଆର୍ଚର୍
ଆସନ୍ତା ଜୁଲାଇ ୨ ତାରିଖରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବା । ଏହା ଜୁଲାଇ ୬ ଯାଏଁ ଚାଲିବାର ରହିଛି ।
ସୂଚନା ଥାଉକି, ପ୍ରଥମ ଟେଷ୍ଟ ମୁକାବିଲାରେ ଭ୍ରମଣକାରୀ ଦଳ ଭାରତକୁ ପରାଜୟ ସାମ୍ନା କରିବାକୁ ପଡ଼ିଛି । ଭାରତ ୫ ୱିକେଟରେ ପରାସ୍ତ ହୋଇଛି । ଏଥିରେ ମୋଟ ୭ ଶତକ ହୋଇଥିବାବେଳେ ଭାରତୀୟ ଖେଳାଳୀ ୫ଟି ଶତକ ମାରିଛନ୍ତି ।