ନୂଆଦିଲ୍ଲୀ: ଭାଗବାନ ଶିବଙ୍କ ନିବାସ କୁହାଯାଉଥିବା କୈଳାସ ପର୍ବତ ଓ ମାନସରୋବର ଯାତ୍ରାରେ ବାହାରେ ଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଗୁରୁବାର ତିବତରେ ପହଞ୍ଚି ଯାଇଛନ୍ତି । ପାଞ୍ଚ ବର୍ଷର ବ୍ୟବଧାନ ପରେ ଏହି ଯାତ୍ରା ଆରମ୍ଭ ହୋଇଛି । ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଉତ୍ତେଜନା କାରଣରୁ ମାନସରୋବର ଯାତ୍ରା ଉପରେ ରୋକ ଲଗାଯାଇଥିଲା ।
ଚୀନରେ ଭାରତର ରାଷ୍ଟ୍ରଦୂତ ଶୁ ଫେଇହୋଙ୍ଗ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, ଏହା ଜାଣି ଖୁସି ଯେ, ଭାରତୀୟ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଚୀନର ସିଜାଙ୍ଗ(ତିବତ) ସ୍ୱାୟତ୍ତ କ୍ଷେତ୍ର ସ୍ଥିତ ମପାମ ୟୁନ ତ୍ସୋ(ମାନସରବୋର) ହ୍ରଦରେ ପହଞ୍ଚି ଯାଇଛନ୍ତି । ସୂଚନାଯୋଗ୍ୟ, ଗତ ବର୍ଷ ରୁଷର କଜାନରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଏହି ସମୟରେ ଦୁଇ ଦେଶର ନେତା ଦ୍ୱିପାକ୍ଷିକ ସଂପର୍କ ପୁଣି ଥରେ ଆରମ୍ଭ କରିବାକୁ ସହମତି ପ୍ରକାଶ କରିଥିଲେ ।
କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହେବା ଦୁଇ ଦେଶ ମଧ୍ୟରେ ବିଶ୍ୱାସ ସ୍ଥାପନଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ଦୀର୍ଘ ସମୟ ଧରି ବନ୍ଦ ରହିଥିବା ଏହି ଯାତ୍ରା ଏବେ ଆନୁଷ୍ଠାନିକ ଭାବେ ନୂତନ ଭାବେ ଆରମ୍ଭ ହୋଇଛି ।