ନୂଆଦିଲ୍ଲୀ: ଗୁଜରାଟରେ ଆମ୍ ଆଦାମୀ ପାର୍ଟି(ଆପ୍) ଉପନିର୍ବାଚନରେ ମିଳିଥିବା ବିଜୟକୁ ନେଇ ମାହୋଲ ଉତ୍ସବ ମୁଖର ଥିଲା । ତେବେ ଏହି ସମୟରେ ଆପକୁ ଲାଗିଛି ବଡ ଝଟକା । ରାଜ୍ୟରେ ପାର୍ଟିର ଜଣେ ବଡ ନେତା ସବୁ ପଦରୁ ଇସ୍ତଫା ଦେଇଛନ୍ତି । ବୋଟାଦର ବିଧାୟକ ଉମେଶ ମକୱାନା ପାର୍ଟିର ସବୁ ପଦ ଏବଂ ଦାୟିତ୍ୱ ଛାଡିବାକୁ ଘୋଷଣା କରି ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଛନ୍ତି । ମକୱାନ ସେହି ସମୟରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି ଯେତେବେଳେ ଦଳ ବିସାଦବର ସିଟରେ ଉପନିର୍ବାଚନରେ ଗୋପାଲ ଇଟାଲିଆଙ୍କ ବିଜୟରେ ଉତ୍ସବ ପାଳୁଥିଲା । ଗୋଟିଏ ଦିନ ପୂର୍ବେ କେଜ୍ରିୱାଲ ଗୋପାଳ ଇଟାଲିଆଙ୍କୁ ମିଠା ଖୁଆଇ ଗୁଜରାଟରେ ୨୦୨୭ରେ ସରକାର ଗଠନ ନେଇ ଆଶା ପ୍ରକଟ କରିଥିଲେ ।
ମକୱାନ ଇସ୍ତଫା ଦେବାର କାରଣ ଦର୍ଶାଇ କହିଛନ୍ତି ଯେ, ସେ ସମାଜର କମ କାମ କରି ପାରୁଥିଲେ । ସେ କେଜ୍ର୍ରିିୱାଲଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ମୁଁ ଆମ୍ ଆଦମୀ ପାର୍ଟିରେ ଅଢେଇ ବର୍ଷ ଧରି ଯୁଗ୍ମ ସଂପାଦକ ପଦରେ କାମ କରି ଆସୁଛି । ସଂପ୍ରତି ମୋର ସାମାଜିକ ସେବା କମ ହୋଇ ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଁ ଆପର ସମସ୍ତ ପଦରୁ ଇସ୍ତଫା ଦେଉଛି । ସେ ସ୍ପଷ୍ଟ କରିଛନ୍ତି ଯେ, ସେ ପାର୍ଟିର ସଦସ୍ୟ ପଦରେ ରହିବେ ଏବଂ କାର୍ଯ୍ୟକର୍ତ୍ତା ଭାବେ କାମ କରି ଚାଲିବେ । ମୋତେ ସବୁ ପଦ ଓ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ଆପଣଙ୍କୁ ଅନୁରୋଧ କରୁଛି ।